Report Card Odisha

| Daily Odia News

ବଢ଼ିଲା ସିସୋଦିଆଙ୍କ ଅଡୁଆ, ମନି ଲଣ୍ଡରିଂ ମାମଲା ରୁଜୁ କଲା ED…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଅବକାରୀ ନୀତି ଅନିୟମିତତା ମାମଲାରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଫସିରହି ଥିବା ବେଳେ ଆଉ ଏକ ମାମଲା ରୁଜୁ ହୋଇଛି | ଗତକାଲି ମନି ଲଣ୍ଡରିଂ ମାମଲା ରୁଜୁ କରିଛି ପ୍ରବର୍ତ୍ତନ ନର୍ଦ୍ଦେଶାଳୟ | ପୂର୍ବରୁ ଇଡି ମାମଲା ରୁଜୁ କରିବ ବୋଲି ଚର୍ଚ୍ଚା ହେଉଥିଲା। ଆଜି ବିଧିବଦ୍ଧ ଭାବେ ମାମଲା ରୁଜୁ ହୋଇଥିବା ଇଡିର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ମାମଲା ରୁଜୁ ହୋଇଥିବାରୁ ଇଡି ଖୁବଶୀଘ୍ର ସିସୋଦିଆଙ୍କ ଘର ଓ ଅଫିସରେ ରେଡ କରିପାରେ। ସେହିପରି ନୂଆ ଅବକାରୀ ନୀତି ସହ ଜଡ଼ିତ ଅଧିକାରୀମାନେ ମଧ୍ୟ ଇଡି ସ୍କାନରରେ ରହିଛନ୍ତି। ତେଣୁ ସିବିଆଇ ଭଳି ଇଡି ମଧ୍ୟ ସିସୋଦିଆଙ୍କୁ ଜେରା କରିବ |

Breaking News