ରିପୋର୍ଟ କାର୍ଡ / ସମ୍ବଲପୁର
ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ -ଭିସୁଟରେ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଏକ ହଜାର କୋଟି ଟଙ୍କା ମଞ୍ଜୁର କରାଯାଇଛି | ଏନେଇଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ଶିକ୍ଷାର୍ଥୀଙ୍କ ସଂଖ୍ୟା ୫ରୁ ୧୦ ହଜାରକୁ ବୃଦ୍ଧି କରାଯିବ । ସମ୍ପ୍ରସାରଣ ପାଇଁ ୮୦ ଏକର ଜମି ଚିହ୍ନଟ ହୋଇଛି। ଭିସୁଟକୁ ସେଣ୍ଟର ଅଫ୍ ଏକ୍ସଲେନ୍ସରେ ପରିଣତ କରାଯିବ। ଆଜି ବୁର୍ଲା ଭିସୁଟ ଗସ୍ତ ଅବସରରେ ଏକଥା କହିଛନ୍ତି ମୁଖ୍ୟ ଶାସନ ସଚିବ। ମୁଖ୍ୟ ଶାସନ ସଚିବଙ୍କ ସହ ୫-ଟି ସଚିବ ଭି କେ ପାଣ୍ଡିଆନ୍, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ସଚିବ ହେମନ୍ତ ଶର୍ମା ଓ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।






More Stories
ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,ବାତ୍ୟା ଆଶଙ୍କା…..
ପିଲାଙ୍କୁ ମିଳିବ ୟୁନିଫର୍ମ…..
ବସ୍ତି ବାସିନ୍ଦାଙ୍କୁ ମିଳିବ ଘର…..