ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ସୁପ୍ରିମ୍କୋର୍ଟର ୪୮ତମ ପ୍ରଧାନବିଚାରପତି ଜଷ୍ଟିସ୍ ଏନ୍.ଭି. ରମଣାଙ୍କ କାର୍ଯ୍ୟକାଳ ଶେଷ ହେଉଛି | ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ରୂପେ ୧୬ ମାସର କାର୍ଯ୍ୟକାଳରେ ସେ ଅନେକ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଥିଲେ। ଶେଷଥର ପାଇଁ ଗୁରୁବାର ଏନ୍.ଭି. ରମଣା ଗୁଜୁରାଟ ବିଲକିସ ଓ ପେଗାସସ ମାମଲାର ଶୁଣାଣି କରିଥିଲେ | ଓଡିଶା ସଂଦର୍ଭରେ କିଛି ମାମଲାର ସେ ଶୁଣାଣି କରିଥିବା ବେଳେ ଜୁଲାଇ ୧୨, ୨୦୨୧ରେ ଶ୍ରୀକ୍ଷେତ୍ର ପୁରୀ ବ୍ୟତୀତ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବ ନାହିଁ ବୋଲି ଜଷ୍ଟିସ୍ ରମଣାଙ୍କ ରାୟ ବେଶ୍ ଚର୍ଚ୍ଚାରେ ରହିଥିଲା। ଜଷ୍ଟିସ ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ୍ ଓଡିଶା ହାଇକୋର୍ଟରେ ବିଚାରପତି ନିଯୁକ୍ତିକୁ ନେଇ ସର୍ବାଧିକ ୧୧ ନାମ କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ। ଫଳସ୍ବରୂପ ଓଡିଶା ହାଇକୋର୍ଟରେ ୧୦ ଜଣ ବିଚାରପତିଙ୍କ ନିଯୁକ୍ତି ହୋଇ ପାରିଛନ୍ତି । ୧୬ ମାସର କାର୍ଯ୍ୟକାଳରେ ଜଷ୍ଟିସ ରମଣା ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ହାଇକୋର୍ଟର ମୁଖ୍ୟ ବିଚାରପତିମାନଙ୍କ ଯୁଗ୍ମ ସମ୍ମିଳନୀ ଆୟୋଜନ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଉଲ୍ଲେଖ ଯୋଗ୍ୟ- ସୁପ୍ରିମ୍କୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ୟୁ ୟୁ ଲଳିତ | ଆସନ୍ତା କଲା ଜଷ୍ଟିସ୍ ୟୁ ୟୁ ଲଳିତ ଦେଶର ୪୯ ତମ ପ୍ରଧାନ ବିଚାରପତି ଭାବେ ଶପଥନେବେ |






More Stories
ଜାମିନ ଦେବାକୁ ମନା କଲେ ସୁପ୍ରିମକୋର୍ଟ……
NEET-UG ପ୍ୟାଟର୍ଣ୍ଣରେ ହେବ ବଡ଼ ପରିବର୍ତ୍ତନ…..
ପୁଣି ଆନ୍ଦୋଳନକୁ ଓହ୍ଲାଇବ CJP…..