Report Card Odisha

| Daily Odia News

ଅଟୋକୁ ଧକ୍କା ଦେଲା ଟ୍ରକ୍‌,୫ ମୃତ…..

ରିପୋର୍ଟ କାର୍ଡ / ଢେଙ୍କାନାଳ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ପଥରଖମ୍ବ ଛକ ନିକଟରେ ଏକ ଅଟୋକୁ ଟ୍ରକ ଧକ୍କା ଦେଇଛି | ଅଟୋରେ ଥିବା ୫ ଯାତ୍ରୀଙ୍କର ମୃତ୍ୟୁ ହୋଇଛି | ଆଜି ଭୋର ପ୍ରାୟ ୫ଟା ବେଳେ ଏହି ଦୁର୍ଘଟଣା ଘଟିଛି। ମୃତକମାନେ କାମାକ୍ଷାନଗର ଥାନା ବାଙ୍ଗୁରା ଗାଁର। ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା ମିଳିଛି | ମୃତକମାନେ ହେଉଛନ୍ତି, ଅନନ୍ତ ସାମଲ, ପ୍ରହ୍ଲାଦ ସାମଲ, ଆଦିକନ୍ଧ ସାମଲ, ଅଙ୍କୁର ସାମଲ ଓ ତାଙ୍କ ୧୩ ବର୍ଷର ପୁଅ ଦିବ୍ୟରଞ୍ଜନ ସାମଲ। ସୂଚନା ସାନୁସାରେ- ଆଜି ଏମାନେ ସମସ୍ତେ ଅଟୋ ଯୋଗେ ୫୩ ନମ୍ବର ଜାତୀୟ ରାଜପଥରେ ମୁକ୍ତାପଶି ଅଭିମୁଖେ ଯାଉଥିବା ବେଳେ ପଥରଖମ୍ବ ଛକ ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା। ଅଟୋରେ ୫ ଜଣ ଥିବା ବେଳେ ସମସ୍ତଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ଭଙ୍ଗାରୁଜା କରିଥିଲେ। ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଓ ହେଲପର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି |

Breaking News