ରିପୋର୍ଟ କାର୍ଡ / ଭୁବନେଶ୍ୱର
ଏଣିକି ଅଳିଆ ଗାଡିରେ ବି ଫିଟନେସ ଯାଞ୍ଚ ହେବ | ବିନା ଫିଟନେସରେ ଚାଲୁଥିବା ଅଳିଆ ଗାଡ଼ିର ଯାଞ୍ଚ କରାଯିବ | ଏନେଇ ଆଜି ସୂଚନା ଦେଇଛନ୍ତି ଭୁବନେଶ୍ବର ମହାନଗର ନିଗମ କମିଶନର ବିଜୟ ଅମୃତ କୁଲାଙ୍ଗେ । କହିଛନ୍ତି କି ସମସ୍ତ ଗାଡ଼ିର କାଗଜ ପତ୍ର ଯାଞ୍ଚ କରାଯିବ । ବିଏମସି ଅଧିନରେ ଲାଗିଥିବା ଅଳିଆ ଗାଡ଼ି ଗୁଡିକ ଏଜେନ୍ସି ମାଧ୍ୟମରେ ଲାଗିଥାଏ । ତେଣୁ ଏନେଇ ଏଜେନ୍ସିଙ୍କୁ ତାଗିଦ କରାଯିବ। ଯେଉଁ ଗାଡ଼ିର ଫିଟନେସ ସହିତ ଅନ୍ୟାନ୍ୟ କାଗଜପତ୍ର ଠିକ ନଥିବ । ସେ ଗାଡ଼ି ଗୁଡ଼ିକକୁ ବାହାର କରାଯିବ । ଏନେଇ ଆରମ୍ଭ ହେବ ଯାଞ୍ଚ ପ୍ରକ୍ରିୟା । ଏହାଛଡ଼ା ପରିମଳ ନିୟମ ଯେପରି ଅଳିଆଗାଡ଼ି ଗୁଡ଼ିକ ମାନିବେ । ସେନେଇ ମଧ୍ୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଏମସି କମିଶନରସୂଚାନନ ଦେଇଛନ୍ତି |






More Stories
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..
ମା’କୁ ଜାଳିଦେଲେ ପୁଅ…..
KIIT ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର,ଦୋଷୀକୁ କ୍ଷମା ନାହିଁ……