ରିପୋର୍ଟ କାର୍ଡ / ଭୁବନେଶ୍ୱର
ଏଣିକି ଅଳିଆ ଗାଡିରେ ବି ଫିଟନେସ ଯାଞ୍ଚ ହେବ | ବିନା ଫିଟନେସରେ ଚାଲୁଥିବା ଅଳିଆ ଗାଡ଼ିର ଯାଞ୍ଚ କରାଯିବ | ଏନେଇ ଆଜି ସୂଚନା ଦେଇଛନ୍ତି ଭୁବନେଶ୍ବର ମହାନଗର ନିଗମ କମିଶନର ବିଜୟ ଅମୃତ କୁଲାଙ୍ଗେ । କହିଛନ୍ତି କି ସମସ୍ତ ଗାଡ଼ିର କାଗଜ ପତ୍ର ଯାଞ୍ଚ କରାଯିବ । ବିଏମସି ଅଧିନରେ ଲାଗିଥିବା ଅଳିଆ ଗାଡ଼ି ଗୁଡିକ ଏଜେନ୍ସି ମାଧ୍ୟମରେ ଲାଗିଥାଏ । ତେଣୁ ଏନେଇ ଏଜେନ୍ସିଙ୍କୁ ତାଗିଦ କରାଯିବ। ଯେଉଁ ଗାଡ଼ିର ଫିଟନେସ ସହିତ ଅନ୍ୟାନ୍ୟ କାଗଜପତ୍ର ଠିକ ନଥିବ । ସେ ଗାଡ଼ି ଗୁଡ଼ିକକୁ ବାହାର କରାଯିବ । ଏନେଇ ଆରମ୍ଭ ହେବ ଯାଞ୍ଚ ପ୍ରକ୍ରିୟା । ଏହାଛଡ଼ା ପରିମଳ ନିୟମ ଯେପରି ଅଳିଆଗାଡ଼ି ଗୁଡ଼ିକ ମାନିବେ । ସେନେଇ ମଧ୍ୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଏମସି କମିଶନରସୂଚାନନ ଦେଇଛନ୍ତି |






More Stories
ପୀତବାସ ହତ୍ୟା ମାମଲାର: ଡାକ୍ତରଙ୍କ ମୋବାଇଲ ଫୋନ ଜବତ…..
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….