ରିପୋର୍ଟ କାର୍ଡ / ଭୁବନେଶ୍ୱର
ରକ୍ତରେ ରଞ୍ଜିତ ହେଲା ରାଜଧାନୀ ରାଜରାସ୍ତା । ଜଣେ ସାଙ୍ଗକୁ ଆଉ ଜଣେ ସାଙ୍ଗ ଛୁରାମାଡ଼ କରିଛି । ଭୁବନେଶ୍ୱର କଦଳୀ ଗୋଦାମ ବସ୍ତି ନିକଟରେ ଘଟିଛି ଏଭଳି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଛୁରାମାଡ଼ ହୋଇଛି । କଦଳୀ ଗୋଦାମ ବସ୍ତି ନିକଟରେ ନିଶାଶକ୍ତ ଅବସ୍ଥାରେ ଥିବା ସେକ୍ ଅବୁଦୁଲ୍କୁ ଛୁରି ମାରିଛି ସାଙ୍ଗ ଆଦିତ୍ୟ । ଯାହାଫଳରେ ଶେକ୍ ଅବ୍ଦୁଲ୍ଙ୍କ ପେଟର ଗଭୀର ଆଘାତ ଲାଗିଛି । ତୁରନ୍ତ ତାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ସାଙ୍ଗ ଆଦିତ୍ୟକୁ ଅଟକ ରଖି ପଚରାଉଚରା କରୁଛି ଲକ୍ଷ୍ମୀସାଗର ଥାନା ପୋଲିସ ।






More Stories
ମା’ର ହତ୍ୟା ଦେଖିଦେବାରୁ ଭାଣିଜୀକୁ ମାରିଦେଲେ…..
ମା’କୁ ଜାଳିଦେଲେ ପୁଅ…..
KIIT ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର,ଦୋଷୀକୁ କ୍ଷମା ନାହିଁ……