Report Card Odisha

| Daily Odia News

ବିନା ହେଲମେଟ୍‌ ଚାଳକ ସାବଧାନ,୧୨୫୪୫ ଡ୍ରାଇଭିଂ ଲାଇସେନ୍ସ ବାତିଲ…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ବିନା ହେଲ୍‌ମେଟ୍ ରେ ଇକ୍ ଚଳାଇବା ଓ ଟ୍ରାଫିକ ନିୟମ ଉଲ୍ଲଘଂନ କରିଥିବା କାରଣରୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ୧୨୫୪୫ ବାଇକ୍ ଆରୋହୀଙ୍କର ଡ୍ରାଇଭିଂ ଲାଇସେନ୍ସ ବାତିଲ ହୋଇଛି | ଅଗଷ୍ଟ ୧୬ ତାରିଖରୁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି | ଏହା ମାଧ୍ୟମରେ ରାଜ୍ୟ ପରିବହନ ବିଭାଗ କୁ ସଫଳତା ମିଳିଛି। ଏହି ଦୁଇ ସପ୍ତାହ ମଧ୍ୟ‌ରେ ୨୪ ହଜାର ୪୭୪ ଗାଡ଼ିର ଚାଲାଣ ଜାରି କରାଯାଇଛି। ସେହିଭଳି ଡ୍ରାଇଭିଂ ଲାଇସେନ୍ସ ବିନା ଗାଡ଼ି ଚଳାଇବା ପାଇଁ ମୋଟ ୮୮୮ଟି ଗାଡ଼ି ଜବତ କରାଯାଇଛି। ରାଜ୍ୟ ପରିବହନ ପ୍ରାଧିକରଣର ଟ୍ରାଫିକ୍ ଏନ୍‌ଫୋର୍ସମେଣ୍ଟ୍ ଟିମ୍ ଦ୍ବାରା ଏହି ଦୁଇ ସପ୍ତାହରେ ୬୩ ଲକ୍ଷ ୯୮ ହଜାର ୧୧୬ ଟଙ୍କା ଜରିମାନା ସଂଗ୍ରହ କରାଯାଇଥିବା ନେଇ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଅଯାଇଛି | ଏ ସମ୍ପର୍କରେ ପରିବହନ, ଏନଫୋର୍ସମେଣ୍ଟ୍ ଏବଂ ସଡ଼କ ସୁରକ୍ଷା ଅତିରିକ୍ତ କମିସନର ଲାଲମୋହନ ସେଠୀ କହିଛନ୍ତି, ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ଚାଳକମାନଙ୍କ ମଧ୍ୟରେ ସଡ଼କ ଦୁର୍ଘଟଣା ସଂପର୍କରେ ସଚେତତନା ସୃଷ୍ଟି କରି ମୃତ୍ୟୁହାର ରୋକିବା। ଟ୍ରାଫିକ୍ ଏନ୍‌ଫୋର୍ସମେଣ୍ଟ୍ ଟିମ୍‌ର ଲଗାତାର ଚଢ଼ାଉ ଯୋଗୁଁ ଏବେ ସହରାଞ୍ଚଳରେ ଲୋକ ହେଲ୍‌ମେଟ୍ ବ୍ୟବହାର ବଢିଛି। କିନ୍ତୁ ରାଜପଥରେ ‌ହେଲମେଟ୍ ବ୍ୟବହାର କରୁ ନଥିବାରୁ ଦୁର୍ଘଟଣାରେ ଜୀବନ ହାନି ଘଟୁଛି। ‌‌ସେପ୍ଟେମ୍ବର ମାସ‌ରେ ଟ୍ରାଫିକ୍ ଏନ୍‌ଫୋର୍ସମେଣ୍ଟ୍ ଅଭିଯାନ ଆହୁରି ବୃଦ୍ଧି କରାଯିବ। ଟ୍ରାଫିକ୍ ନିୟମ ଉଲ୍ଲଂଘନ ଓ ମୋଟରଯାଜନ ନିୟମ ଭାଙ୍ଗିବା ପାଇଁ ଶୂନ୍ୟ ସହନଶୀଳତା ରହିବ। ଏନ୍‌ଫୋର୍ସମେଣ୍ଟ୍‌ ଡ୍ରାଇଭ୍‌ରେ ମଦ୍ୟପ ମଦ୍ୟ ପାନ କରି ଗାଡି ଚାଳନା, ହେଲମେଟ୍ ଯାଞ୍ଚ୍, ସ୍କୁଲ ବସ୍ ଓ ଯାନବାହନ ଗୁଡିକର ଓଭରଲୋଡିଂ ସହିତ ଯାନର ଫିଟ୍‌ନେସ ଯାଞ୍ଚ କରାଯିବ ବୋଲି ଶ୍ରୀ ସେଠୀ ସୂଚନା ଦେଇଛନ୍ତି।

 

Breaking News