ରିପୋର୍ଟ କାର୍ଡ / ସୁନ୍ଦରଗଡ଼
ସୁନ୍ଦରଗଡ଼ ଜିଲ୍ଲା ଟିକାୟତ ପାଲି ଥାନା ଅନ୍ତର୍ଗତ ତିଲେଇମାଳ ନିକଟ ଜଙ୍ଗଲରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣଙ୍କ ପଠାଣି ଭୁଇଁଆ ବୋଲି ଜଣାପଡିଛି। ମୃତଦେହ ନିକଟରେ ଘୋଷରା ଚିହ୍ନରହିଛି | ଏହାକୁ ନେଇ ସନ୍ଦେହ କରାଯାଉଛି କି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରି ଘୋଷାରି ଘୋଷାରି ନେଇ ଜଙ୍ଗଲରେ ଫିଙ୍ଗି ଦେଇଛନ୍ତି । ସ୍ୱାମୀ ମୃତ୍ୟୁ ପରେ ପଠାଣି ୮ବର୍ଷର ଶିଶୁପୁତ୍ରକୁ ନେଇ ନିଜ ଘରେ ରହୁଥିଲେ। ମୁଲ ଲାଗି ପରିବାର ଚଳାଉଥିଲେ। ଆଜି ସକାଳେ ପଠାଣିଙ୍କ ମୃତଦେହ ଜଙ୍ଗଲରେ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଏନେଇ ପୋଲିସ ଖବର ଦେଇଥିଲେ। ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି। ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।






More Stories
ମୃତଦେହ ଝୁଣି ଖାଉଛି କୁକୁର…..
ବରଗଡ଼ ଧନୁଯାତ୍ରା ପାଇଁ କଳାକାର ଘୋଷଣା…..
ବାଂଲାଦେଶୀଙ୍କ ଘରେ ବୁଲିଲା ବୁଲ୍ଡୋଜର…..