ରିପୋର୍ଟ କାର୍ଡ / ଭୁବନେଶ୍ବର
ବିଜେପି ଫୋକସରେ ଓଡିଶା | ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପିର ନେତା ମନ୍ତ୍ରୀ ଘନ ଘନ ଓଡିଶା ଗସ୍ତ କରୁଛନ୍ତି | କେନ୍ଦ୍ରର ୭ ମନ୍ତ୍ରୀ ଓଡିଶା ଆସିବାକୁ ଥିବା ବେଳେ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ସାରିଛନ୍ତି ୬ କେନ୍ଦ୍ରମନ୍ତ୍ରୀ | କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ, ଶ୍ରମ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ, ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ | ଆସନ୍ତାକାଲି ଓଡ଼ିଶା ଆସି ପହଞ୍ଚିବେ କେନ୍ଦ୍ର ଯୁବ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ନିଶିଥ ପରମାଣିକ। କେନ୍ଦ୍ରମନ୍ତ୍ରୀମାନେ ଭିନ୍ନ ଭିନ୍ନ ସଂସଦୀୟ କ୍ଷେତ୍ରକୁ ଯାଇ ସମୀକ୍ଷା କରିବେ। ଏହା ସହିତ କେନ୍ଦ୍ରୀୟ ଯୋଜନା ସହ ତୃଣମୂଳ ସ୍ତରରୁ ସଂଗଠନର ସମୀକ୍ଷା ହେବ। ଏଣେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ। ସେ ଦୁଇ ଦିନ ଧରି କଟକ ଜିଲ୍ଲାରେ ବିଭିନ୍ନ ସରକାରୀ ଏବଂ ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ଗସ୍ତ ନେଇ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ କହିଛନ୍ତି ସରକାରଙ୍କ କାର୍ଯ୍ୟକ୍ରମ ଏବଂ ଯୋଜନାର ସମୀକ୍ଷା ସହ ସଂଗଠନର ବି ସମୀକ୍ଷା ହେବ। ନିର୍ବାଚନ ଥାଉ କି ନ ଥାଉ ଏହି କାର୍ଯ୍ୟକ୍ରମ ହୁଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବଭାରତର ବିକାଶ ଲକ୍ଷ୍ୟ ରଖିଛନ୍ତି। କାହିଁକି ନା ପୁର୍ବ ଭାରତକୁ ଅବହେଳା ହୋଇଛି। ସେଥିପାଇଁ ୮ ବର୍ଷରେ ମୋଦୀ ପୂର୍ବଭାରତକୁ ପ୍ରାଥମିକତା ଦେଇ ଅନେକ ବିକାଶ କରିଛନ୍ତି।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..