ରିପୋର୍ଟ କାର୍ଡ / କେନ୍ଦୁଝର
କେନ୍ଦୁଝରରେ ବେଆଇନ୍ ଗୋରୁ ଚାଲାଣ କରାଯାଉଥିବା ସମୟରେ ଟ୍ରକ ଚାପାରେ ୧୫ ଗୋରୁଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଗୋରୁ ଗୁରୁତର ହୋଇଛନ୍ତି । ଆଜି ପ୍ରାୟ ୫୦ ରୁ ୬୦ ଗୋରୁଙ୍କୁ ବେଆଇନ ଭାବେ ୪୯ ନମ୍ବର ଜାତୀୟ ରାଜପଥରେ ଚଲାଇ ଚଲାଇ ନିଆଯାଉଥିଲା । ଏହି ସମୟରେ କେନ୍ଦୁଝରର ଡଙ୍ଗାପାଣି ଗାଁ ନିକଟରେ ପଛପଟୁ ଆସୁଥିବା ଏକ ଟ୍ରକ ଗୋରୁଙ୍କ ଉପରେ ଚଢିଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୧୫ଟି ଗୋରୁଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇ ଥିବା ଟ୍ରକଟିର ଚକା ତଳେ ଏକାଧିକ ଗୋରୁ ଲାଗି ରହିଯିବାରୁ ଟ୍ରକଟି ସେହିଠାରେ ଅଟକି ରହିଯାଇଥିଲା । ଫଳରେ ଟ୍ରକର ଡ୍ରାଇଭର ଓ ହେଲପର ଟ୍ରକ ଛାଡି ଫେରାର ହୋଇ ଯାଇଛନ୍ତି । ସେପଟେ ବେଆଇନ ଗୋ ଚାଲାଣକାରୀ ମାନେ ମଧ୍ୟ ମୃତ ଓ ଆହତ ଗୋରୁଙ୍କୁ ଛାଡି ଫେରାର ହୋଇଯାଇଛନ୍ତି । ଘଟଣା ସ୍ଥଳରେ ପୋଲିସ ଓ ସ୍ଥାନୀୟ ଲୋକେ ପହଞ୍ଚି ମୃତ ଗୋରୁଙ୍କୁ ରାସ୍ତାରୁ ହଟାଇବା ସହ ଆହତ ଗୋରୁଙ୍କୁ ଚିକିତ୍ସା ଯୋଗାଇ ଦେଇଥିବା ସୂଚନା ମିଳିଛି |






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..