Report Card Odisha

| Daily Odia News

ଓଲଟିଲା ତୀର୍ଥଯାତ୍ରୀ ବସ୍…..

ରିପୋର୍ଟ କାର୍ଡ / ବାଲେଶ୍ଵର

ଓଲଟିଲା ତୀର୍ଥଯାତ୍ରୀ ବସ୍। ଅଳ୍ପକେ ବର୍ତ୍ତିଲେ ୬୫ରୁ ଉର୍ଦ୍ଧ୍ଵ ତୀର୍ଥଯାତ୍ରୀ । ବାଲେଶ୍ଵର ଜିଲ୍ଲା ୬୦ ନମ୍ଵର ଜାତୀୟ ରାଜପଥ ହଳଦୀପଦା ଠାରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଡ୍ରାଇଭର୍‌ର ଆଖି ଲାଖିଯିବାରୁ ଏଭଳି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଖବର ଅନୁଯାୟୀ, ରାଜଧାନୀ ନାମକ (WB29B3432 ନମ୍ଵର ବିଶିଷ୍ଟ) ଏକ ତୀର୍ଥ ଯାତ୍ରୀ ବସ୍ ପଶ୍ଚିମବଙ୍ଗ ରାଜ୍ୟ ମେଦିନୀପୁର ଅଞ୍ଚଳରୁ ୬୫ରୁ ଅଧିକ ତୀର୍ଥଯାତ୍ରୀଙ୍କୁ ନେଇ ପୁରୀ ଯାଇଥିଲା। ରବିବାର ରାତିରେ ବସ୍‌ଟି ଛାତିଆରୁ ଦିଘା ଅଭିମୁଖେ ଯାତ୍ରା କରିବା ବେଳେ ଆଜି ଭୋର ୪ଟା ସମୟରେ ହଠାତ୍ ଡ୍ରାଇଭର ଦେହ ଖରାପ ହେବା ସହିତ ଆଖି ଲାଖି ଯାଇଥିଲା। ଫଳରେ ବସ୍‌ଟି ବସ୍ତା ଥାନା ହଳଦୀପଦା ଠାରେ ରାଜପଥ କଡ଼ ନୟନଯୋଡିକୁ ଓଲଟି ପଡିଥିଲା। ଟଣାସ୍ଥଳରେ ଜଣେ ଯାତ୍ରୀ ଆହତ ହୋଇଥିବା ବେଳେ ବାକି ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଆହତଙ୍କୁ ୧୦୮ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।

Breaking News