ରିପୋର୍ଟ କାର୍ଡ / ଭୁବନେଶ୍ୱର
ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଅନୁଷ୍ଠିତ ନ୍ୟାସନାଲ ଏଲଜିବିଲିଟି କମ୍ ଏଣ୍ଟ୍ରାସ ଟେଷ୍ଟ (ନିଟ୍) ୟୁଜି ପରୀକ୍ଷା – ୨୦୨୨ରେ ଡି.ଏ.ଭି କଳିଙ୍ଗ ନଗରର ଛାତ୍ରଛାତ୍ରୀମାନେ ଆଶାତୀତ ସଫଳତା ହାସଲ କରିବା ସହ ବିଦ୍ୟାଳୟ ପାଇଁ ସର୍ବକାଳୀନ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ବିଦ୍ୟାଳୟର ୧୫ ଜଣ ଛାତ୍ରଛାତ୍ରୀ ଉଲ୍ଲେଖନୀୟ ମାର୍କ ରଖି କୃତକାର୍ଯ୍ୟ ହୋଇଥିବା ବେଳେ ୭ଜଣ ଛାତ୍ରଛାତ୍ରୀ ୪୫୦ରୁ ଊର୍ଦ୍ଧ୍ୱ ନମ୍ବର ରଖି ବିଦ୍ୟାଳୟ ପାଇଁ ଗୌରବ ଆଣିଦେଇଛନ୍ତି । ସେଥିମଧ୍ୟରୁ ଆରତୀ ସିଂ ୬୫୬ ନମ୍ବର ରଖି ସର୍ବକାଳୀନ ରେକର୍ଡ ସହ ବିଦ୍ୟାଳୟରେ ପ୍ରଥମ ହୋଇଥିବା ବେଳେ ବୈଷ୍ଣବି ଦାସ ୬୫୦, ଏସ କେ ଶୁଭଶ୍ରୀ ୬୨୯, ଇପସିତା ପ୍ରିୟଦର୍ଶିନୀ ୫୬୨, ଶିବସୁନ୍ଦର ବାଜପେୟୀ ୫୫୮, ଦିବ୍ୟଦିଶା ପାଟ୍ଟଶାଣୀ ୫୫୭ ଏବଂ ସାୟୋନୀ ଜେନା ୪୫୭ ନମ୍ବର ରଖି ସଫଳତାର ସହ କୃତକାର୍ଯ୍ୟ ହୋଇଛନ୍ତି । ଛାତ୍ରଛାତ୍ରୀମାନେ ସେମାନଙ୍କ ସଫଳତାର ଶ୍ରେୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ତଥା ପିତାମାତାଙ୍କୁ ଦେବା ସହ ଡାକ୍ତର ହୋଇ ଜନସାଧାରଣଙ୍କ ସେବା କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଛାତ୍ରଛାତ୍ରୀ ମାନଙ୍କ ଏହି ଅନନ୍ୟ ସଫଳତା ପାଇଁ ବିଦ୍ୟାଳୟର ଚେୟାରମ୍ୟାନ ମଦନ ମୋହନ ପଣ୍ଡା ଡି.ଏ.ଭି ଅନୁଷ୍ଠାନ ସମୂହ ଓଡ଼ିଶାର ଆ ଳିକ ନିର୍ଦ୍ଦେଶକ ଡ. କେଶବ ଚନ୍ଦ୍ର ଶତପଥୀ, ସହ ନିର୍ଦ୍ଦେଶିକା ଡ. ସୁଜାତା ଓ ଅଧ୍ୟକ୍ଷ ବିପିନ କୁମାର ସାହୁ ଅଭିନନ୍ଦନ ଜ୍ଞାପନ କରି ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହିତ ଶିକ୍ଷକଶିକ୍ଷୟିତ୍ରୀ ମାନଙ୍କୁ ସାଧୁବାଦ ଜଣାଇଛନ୍ତି ।






More Stories
ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍…..
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..