ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ୟୁକ୍ରେନରୁ ଫେରିଥିବା ଡାକ୍ତରୀ ଛାତ୍ରଛାତ୍ରୀ ଭାରତୀୟ ମେଡିକାଲ କଲେଜରେ ନାମ ଲେଖାଇ ପରିବେନାହିଁ | ସେମାଙ୍କୁ ନାମ ଲେଖାଇବାକୁ ଅନୁମତି ଦେବା ସମ୍ଭବ ନୁହେଁ ବୋଲି ଆଜି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି । ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରି କେନ୍ଦ୍ର ସରକାର କହିଛନ୍ତି ଯେ -ଜାତୀୟ ମେଡିକାଲ କମିସନ ଆଇନରେ କୌଣସି ବ୍ୟବସ୍ଥା ନଥିବାରୁ ଏହା ସମ୍ଭବ ନୁହେଁ । ଏହି ଛାତ୍ରଛାତ୍ରୀମାନଙ୍କୁ ନାମ ଲେଖା ଅନୁମତି ଦେବା ଦ୍ବାରା ଭାରତରେ ମେଡିକାଲ ଶିକ୍ଷାର ମାନ ପ୍ରଭାବିତ ହେବ । ସରକାର ଏହା ମଧ୍ୟ ଜଣାଇଛନ୍ତି କି ଦୁଇଟି କାରଣରୁ ଭାରତୀୟ ଛାତ୍ରଛାତ୍ରୀମାନେ ବିଦେଶୀ ମେଡିକାଲ କଲେଜରେ ପଢିବାକୁ ଯାଉଛନ୍ତି | ପ୍ରଥମତଃ ଏନଇଇଟି ପରୀକ୍ଷାରେ ଯେଉଁମାନେ ଭଲ ରେଜଲ୍ଟ କରନ୍ତି ନାହିଁ , ଦ୍ବିତୀୟତଃ ୟୁକ୍ରେନ ପରି ଦେଶରେ ଶସ୍ତା ମେଡିକାଲ ପଢା ଖର୍ଚ୍ଚ ପାଇଁ । ଏନଇଇଟି ପରୀକ୍ଷାରେ ଭଲ ପ୍ରଦର୍ଶନ କରିନଥିବା ପିଲାମାନଙ୍କୁ ଅନୁମତି ଦେବା ଦ୍ବାରା ଅନ୍ୟ ବିବାଦ ସୃଷ୍ଟି ହେବ । ଯେଉଁମାନେ କମ ଖର୍ଚ୍ଚରେ ବିଦେଶରେ ମେଡିକାଲ ପଢୁଥିଲେ, ସେମାନେ ଭାରତର ଘରୋଇ ମେଡିକାଲ କଲେଜର ଖର୍ଚ୍ଚ ଦେଇପାରିବେ ନାହିଁ ବୋଲି ସିଧା କେନ୍ଦ୍ର ସରକାର କହିଛନ୍ତି |






More Stories
ମଧ୍ୟପ୍ରଦେଶର ଆଗର ମାଲୱା ଦୁର୍ଘଟଣା;ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ…..
ଆଜିଠୁ ଏସୀୟ କ୍ରୀଡ଼ା ମହାକୁମ୍ଭ…..
ପାକିସ୍ତାନରେ ବିସ୍ଫୋରଣ;୧୫ ମୃତ…..