Report Card Odisha

| Daily Odia News

ଚାକିରି ନାଁରେ ଯୌନ ନିର୍ଯାତନା…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଚାକିରି ଦେବା ନାଁରେ ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗ ହୋଇଛି | ଏଭଳି ଘଟଣା ସାମ୍ନାକୁ ଆସିଛି ଗୁରୁଗ୍ରାମରୁ | ଚାକିରି ଦେବା ନାଁରେ ଜଣେ ୧୪ ବର୍ଷୀୟା ନାବାଳିକାଙ୍କୁ ଦୈନିକ ୧୦-୧୫ ଜଣ ଲୋକଙ୍କ ଦ୍ବାରା ଦୁଷ୍କର୍ମର କରାଯାଉଥିଲା । ନାବାଳିକାଙ୍କ ପରିବାରର ଆର୍ଥିକ ସ୍ଥିତି ଭଲ ନଥିଲା। ସେ ନିକଟରେ ତାଙ୍କର ଜଣେ ଚିହ୍ନା ପରିଚିତ ମହିଳାଙ୍କୁ ତାଙ୍କ ପାଇଁ ଚାକିରି ବୁଝିଦେବା ପାଇଁ କହିଥିଲେ। ସମ୍ପୃକ୍ତ ମହିଳା ଜଣଙ୍କ ନାବାଳିକାଙ୍କୁ ଏକ ସ୍ପାରେ ରିସେପ୍ସନିଷ୍ଟ କାମ ଦେଇଥିଲେ। ତାଙ୍କ ଚାକିରିର ପ୍ରଥମ ଦିନରେ ନାବାଳିକାଙ୍କୁ ଗୋଟିଏ ରୁମ୍‌କୁ ନିଆଯାଇଥିଲା ଏବଂ ତାଙ୍କୁ ଜଣଙ୍କ ସହ ରହିବାକୁ ବାଧ୍ୟ କରାଯାଇଥିଲା। ପ୍ରଥମ ଦିନରୁ ହିଁ ସେ ଦୁଷ୍କର୍ମର ଶିକାର ହୋଇଥିଲେ। ନାବାଳିକା ଜଣଙ୍କ ଚାକିରି ଛାଡ଼ିଦେବେ ବୋଲି କହିବାରୁ ତାଙ୍କୁ ଦୁଷ୍କର୍ମ ସମୟର ଭିଡିଓ ଦେଖାଇ ଭାଇରାଲ୍‌ କରିଦେବାପାଇଁ ଧମକ ଦିଆଯାଇଥିଲା। ନାବାଳିକା ଜଣଙ୍କ ଅତ୍ୟନ୍ତ ଭୟରେ ପରବର୍ତ୍ତୀ ୪-୫ ଦିନ ସ୍ପା ଗଲେ। ଦୈନିକ ୧୦-୧୫ ଜଣଙ୍କ ଦ୍ବାରା ସେ ଦୁଷ୍କର୍ମର ଶିକାର ହୋଇଥିଲେ। କିନ୍ତୁ କିଛିଦିନ ପରେ ନାବାଳିକା ଜଣଙ୍କ ସ୍ପା ଯିବା ବନ୍ଦ କରିଦେଲେ। ଏହାପରେ ତାଙ୍କୁ ଚାକିରି ଦେଇଥିବା ମହିଳା ଏବଂ ଅନ୍ୟ ସହଯୋଗୀମାନେ ନାବାଳିକାଙ୍କୁ ଫୋନ୍‌ କରି ଏକ ହୋଟେଲକୁ ଡକାଇଥିଲେ ଏବଂ ତାଙ୍କୁ ସେଠାରେ ନିସ୍ତୁକ ମାଡ଼ ମାରିଥିଲେ। ନାବାଳିକା ଜଣଙ୍କ ଏହି ଘଟଣାରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ। ଏହାପରେ ପରିବାର ଲୋକଙ୍କୁ ସବୁକଥା ଜଣାଇ ପୋଲିସର ଦ୍ବାରସ୍ଥ ହୋଇଥିଲେ। ଉକ୍ତ ଘଟଣାରେ ପୋଲିସ ଆଇପିସି ଏବଂ ପୋକ୍ସ ଆଇନ ଅଧୀନରେ ମାମଲା ରୁଜୁ କରିଛି।

 

Breaking News