ରିପୋର୍ଟ କାର୍ଡ / ଯାଜପୁର
NH -୧୬ ଯାଜପୁର ସାହାପୁର ନିକଟରେ ଟୁରିଷ୍ଟ ବସ ଓଲଟି ପଡିଛି | ପୁରୀ ରୁ ଜଗନ୍ନାଥ ଦର୍ଶନ କରି ଫେରୁଥିବା ବେଳେ ଏଭଳି ଦୋର୍ଘଟଣା ଘଟିଛି | ଦୋର୍ଘଟଣାରେ ୧୯ ଜଣ ଆହତ ହୋଇଛନ୍ତି | ସମସ୍ତ ଆହତମାନଙ୍କୁ ଚିକିତ୍ସା ପାଇଁ ଯାଜପୁର ରୋଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ସାହାରା ନାମକ ଏକ ଘରୋଇ ବସରେ ଉତ୍ତରପ୍ରଦେଶ ଅଞ୍ଚଳର ୮୦ ଜଣ ପୁରୁଷ ଓ ମହିଳା ତୀର୍ଥଯାତ୍ରୀଙ୍କୁ ନେଇ ପୁରୀ ଆସିଥିଲେ। ପୁରୀରେ ଜଗନ୍ନାଥ ଦର୍ଶନ ସାରି ସମସ୍ତ ଉତ୍ତରପ୍ରଦେଶ ଫେରୁଥିଲା । ଏହା ସମୟରେ ମଙ୍ଗଳବାର ଭୋରୁ ଯାଜପୁର ସାହାପୁର ନିକଟରେ କୌଣସି କାରଣରୁ ବସଟି ଭାରସାମ୍ୟ ହରାଇ ରାସ୍ତା ଓଲଟି ପଡିଥିଲା।






More Stories
ବାଛୁରୀ ପାଟିରେ ଫୁଟିଛି ବାରୁଦ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..