ରିପୋର୍ଟ କାର୍ଡ / ଭୁବନେଶ୍ୱର
ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାହିତ୍ୟ ଅନୁରାଗ ସୃଷ୍ଟି କରିବା ଉଦ୍ଦେଶ୍ୟ ନେଇ ଡି.ଏ.ଭି କଲେଜ ପରିଚାଳନା ସମିତି, ନୂଆଦିଲ୍ଲୀ ଅଧୀନରେ ସମଗ୍ର ଦେଶରେ ଆସୁଥିବା ବିଦ୍ୟାଳୟ ଗୁଡ଼ିକରେ ସାହିତ୍ୟ ସମ୍ମିଳନୀ ଆୟୋଜନର ଏକ ଅଭିନବ ପ୍ରୟାସକ୍ରମରେ ଡି,ଏ,ଭି କଳିଙ୍ଗ ନଗର ଆନୁକୁଲ୍ୟରେ ଏକ ସପ୍ତାହ ବ୍ୟାପୀ ଚାଲିଥିବା ସାହିତ୍ୟ ସମ୍ମିଳନୀ ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନୀ ଉତ୍ସବରେ ବିଶିଷ୍ଟ ଗାଳ୍ପିକା ପ୍ରାଚୀତାରା ମିଶ୍ର ଯୋଗ ଦେଇ ବିଭିନ୍ନ କଳାକୌଶଳକୁ ପ୍ରୟୋଗ କରି ଚମତ୍କାର ଭାବରେ ଗଳ୍ପ ପଠନ ସହ ତାକୁ ମନେରଖିବାର ଶୈଳୀକୁ ଉପସ୍ଥାପନା କରିବା ସହ ପିଲାମନେ ଗଳ୍ପ ପଠନ ସମୟରେ ଗଳ୍ପରେ ସମ୍ପୂର୍ଣ୍ଣ ଭାବେ ମଜ୍ଜିଗଲେ ହିଁ ତାହା ଉପଭୋଗ୍ୟ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାମୂହିକ ସଙ୍ଗୀତ ସହ ଅଭିନୟ ମାଧ୍ୟମରେ ସାହିତ୍ୟକୁ ବୁଝିବାର ଶୈଳୀ ପରିବେଷଣ କରାଯାଇଥିଲା । ଏତଦ୍ଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଓଡ଼ିଆ, ଇଂରାଜୀ ଏବଂ ହିନ୍ଦୀ ଭାଷାରେ ସୁନ୍ଦର ସୁନ୍ଦର ଗଳ୍ପ ଉପସ୍ଥାପନା କରାଯାଇଥିଲା । ପିଲାମାନଙ୍କ ମନରେ ଭାଷାପ୍ରୀତି ସୃଷ୍ଟି କରିବା ଲକ୍ଷ୍ୟ ନେଇ ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ମଧ୍ୟ ବିଭିନ୍ନ ଭାଷାରେ ଗଳ୍ପକଥନକୁ ଆଲୋକପାତ କରାଯାଇଥିଲା । ପ୍ରକାଶଥାଉକି ଏହି ସମ୍ମିଳନୀକୁ ବିଶିଷ୍ଟ ଲେଖକ ତଥା ମାର୍ଗଦର୍ଶକ ଡ. ଗୋପ ରଞ୍ଜନ ମିଶ୍ର ଉଦ୍ଘାଟନ କରି ପିଲାମାନଙ୍କର ଅତିପ୍ରିୟ ଗଳ୍ପ ଓ ସାହିତ୍ୟ ହୋଇଥିବାରୁ ପିଲାମାନେ ଏଥିରେ ମନୋନିବେଶ କରିବା ଉଚିତ୍ ବୋଲି ମତବ୍ୟକ୍ତ କରିଥିଲେ । ସପ୍ତାହ ବ୍ୟାପୀ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବକ୍ତୃତା, ପ୍ରବନ୍ଧ, ସ୍ୱରଚିତ କବିତା କ୍ଷୁଦ୍ରଗଳ୍ପ ଇତ୍ୟାଦି ପ୍ରତିଯୋଗିତା ସହ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କ ପାଇଁ ଏକ ପୁସ୍ତକ ମେଳାର ଆୟୋଜନ ମଧ୍ୟ କରାଯାଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ପ୍ରତ୍ୟକ୍ଷ ଭାବରେ ଏହି ସମସ୍ତ କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରିବା ସହ ଭାଷା ଓ ସାହିତ୍ୟ ବଞ୍ଚି ରହିଲେ ଛାତ୍ରଛାତ୍ରୀମାନେ ସଫଳତା ଲାଭ କରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମଟି ବିଦ୍ୟାଳୟର ପାଠାଗାର ବିଭାଗ, ଶିକ୍ଷକଶିକ୍ଷୟିତ୍ରୀ ତଥା କର୍ମକର୍ତ୍ତାଙ୍କ ସହାଯ୍ୟ ସହଯୋଗରେ ସୁଚାରୁରୂପେ ସମ୍ପାଦିତ ହୋଇଥିଲା ।






More Stories
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..