ରିପୋର୍ଟ କାର୍ଡ / ଭୁବନେଶ୍ୱର
ସ୍ତ୍ରୀକୁ ଗ୍ୟାସ ସିଲିଣ୍ଡର ଲଗାଇ ପୋଡି ଜାଳିଦେଲା ନୃଶଂସ ସ୍ବାମୀ | ଏଭଳି ଅଭାବନୀୟ ଘଟଣା ଘଟିଛି ଭୁବନେଶ୍ବର ଜଗନ୍ନାଥ ବିହାର ଲେନ୍ ୧ ରେ ।ସ୍ୱାମୀ ଜଣକ ନିଜ ସ୍ତ୍ରୀ କୁ ଗ୍ୟାସ ସିଲିଣ୍ଡର ଲଗାଇ ପୋଡି ଜାଳିଦେଇଥିବା ଅଭିଯୋଗ ହୋଇଛି | ଗୁରୁତର ମହିଳା ହେଲେ ପ୍ରଭାତୀ ପ୍ରଧାନ। ମିଳିଥିବା ସୂଚନା ଅନୁସାରେ- ପ୍ରଭାତୀଙ୍କ ସ୍ବାମୀ ଜଗନ୍ନାଥ ପ୍ରଧାନ ଅଟୋ ଚଳାଏ । ଉଭୟଙ୍କର ବିବାହ ବିଚ୍ଛେଦ ଘଟିଛି । ତଥାପି ଜଗନ୍ନାଥ ବିଭିନ୍ନ ସମୟରେ ମଦ ପିଇ ଆସି ପ୍ରଭାତୀକୁ ମାରପିଟ କରୁଥିଲା। ଏପିରିକି ଗୁରୁବାର ରାତି ରେ ପ୍ରଭାତୀ ରହୁଥିବା ଘରେ ପହଞ୍ଚି ତାର ଏକ ଛୋଟ ଝିଅକୁ ମାରିଦେବ ବୋଲି ଧମକ ଦେଇଥିଲେ ଜଗନ୍ନାଥ ପ୍ରଧାନ। ପ୍ରଭାତୀଙ୍କ ସମ୍ପର୍କୀୟ ପିସିଆର୍ ଡାକି ଜଗାକୁ ହସ୍ତାନ୍ତର କରିଥିଲେ । ହେଲେ ଠିକ୍ ଅଧଘଣ୍ଟା ପରେ ଜଗନ୍ନାଥ ପୁଣିଥରେ ଘର ପାଖରେ ପହଂଚି କବାଟ ଭାଙ୍ଗି ଘର ଭିତରୁ ଗ୍ୟାସ ସିଲିଣ୍ଡର ଆଣି ନିଆଁ ଲଗାଇ ପ୍ରଭାତୀକୁ ପୋଡି ଦେଇଥିଲା । ଗୁରୁତର ଅବସ୍ଥାରେ ପ୍ରଭାତୀକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….