Report Card Odisha

| Daily Odia News

‘କଟକ କ୍ଲବ’ର ସଭାପତି ଜୟନ୍ତ କୁମାର ପଣ୍ଡା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

‘କଟକ କ୍ଲବ’ର ସଭାପତି ଭାବେ ଜୟନ୍ତ କୁମାର ପଣ୍ଡା ନିର୍ବାଚିତ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ, କଟକ କ୍ଲବର ବିଭିନ୍ନ ପଦ ପାଇଁ ଗତକାଲି ଅର୍ଥାତ୍ ସେପ୍ଟେମ୍ବର ୨୫ ତାରିଖରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଜୟନ୍ତ କୁମାର ପଣ୍ଡା ୫୮୮ଖଣ୍ଡ ଭୋଟ୍ ପାଇ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସଂଯୁକ୍ତା ମହାପାତ୍ରଙ୍କୁ ୪୩୦ଖଣ୍ଡ ଭୋଟ୍ ମିଳିଛି । ସେହିପରି ଉପସଭାପତି ଭାବେ ୬୮୯ଖଣ୍ଡ ଭୋଟ ସହ ଜନ୍ମେଜୟ ମହାପାତ୍ର ବିଜୟୀ ହୋଇଛନ୍ତି । ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କିଷ୍ଣ୍ରାପ୍ରତିମ୍ ବାସୁଙ୍କୁ ମାତ୍ର ୨୯୫ଖଣ୍ଡ ଭୋଟ ମିଳିଥିଲା |ଉଲ୍ଲେଖ ଯୋଗ୍ୟ- ଭୁବନେଶ୍ୱର କ୍ଲବର ସଭାପତି ନିର୍ବାଚନରେ ଅସିତ୍ କୁମାର ତ୍ରିପାଠୀ ବାଜିମାରିଥିଲେ | ଅସିତ ଙ୍କ ସହିତ ସତ୍ୟ ପ୍ରକାଶ ନନ୍ଦଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ସେହିପରି ଉପସଭାପତି ଭାବେ ମହେନ୍ଦ୍ର ଗୁପ୍ତା ବିଜୟ ଲାଭ କରିଛନ୍ତି । ଦିଲ୍ଲୀପ ରାଉତରାୟ ସମ୍ପାଦକ, ଅଶୋକ ମିଶ୍ର ଯୁଗ୍ମ ସମ୍ପାଦକ ଭାବେ ଜିତିଛନ୍ତି ।

Breaking News