ରିପୋର୍ଟ କାର୍ଡ / ପୁରୀ
ପୁରୀର ହୋଟେଲ ମେ ଫେୟାର ୱେଭସରେ ମହିଳାଙ୍କ ମୃତଦେହ ଉଦ୍ଧାର। ମୃତ ମହିଳା ଜଣଙ୍କ ହେଲେ ଐଶ୍ୱରିୟା ସାହାନାବାଗ। ପୋଲିସର ତଦନ୍ତ ଆରମ୍ଭ । ଖବର ଅନୁଯାୟୀ, GIZ କମ୍ପାନୀର ୱାଟର ରିଶୋର୍ସ କନଫରେନ୍ସରେ ଯୋଗ ଦେବା ପାଇଁ ମଙ୍ଗଳବାର ସେ କମ୍ପାନୀ କର୍ମଚାରୀଙ୍କ ସହ ପୁରୀ ଆସିଥିଲେ। ହୋଟେଲ ରୁମ ନମ୍ବର ୧୧୧୧ ରେ ରାତିରେ ଚେକ୍ ଇନ୍ କରିଥିଲେ। ରାତିରେ କଲ ରିସିଭ ନ କରିବା ସହ କବାଟ ନ ଖୋଲିବାରୁ ସନ୍ଦେହ କରି ରୁମ ଖୋଲାଯିବା ପରେ ତାଙ୍କ ମୃତଦେହ ପଡିରହିଥିବା ଜଣାପଡିଥିଲା। ଖବର ପାଇ ଘଟଣାସ୍ଥଳରେ ସମୁଦ୍ର କୂଳ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୋଲିସ ସୂଚନା ଦେଇଛି ।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..