ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ହେଉଛି ବାୟୁସେନା ଦିବସ । ୧୯୩୨ ଅକ୍ଟୋବର ୮ରେ ୟୁକେର ରୟାଲ ଏୟାର ଫୋର୍ସକୁ ସହାୟତା ଯୋଗାଇବା ପାଇଁ ତତ୍କାଳୀନ ପରାଧୀନ ଭାରତରେ ବାୟୁସେନା ଦଳ ଗଠିତ ହୋଇଥିଲା । ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ମଧ୍ୟ ଭାରତୀୟ ବାୟୁସେନା ଦଳ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲା । ୧୯୫୦ରେ ଭାରତ ଗଣତନ୍ତ୍ର ରାଷ୍ଟ୍ର ହେବା ପରେ ସେହି ଦଳ ‘ଭାରତୀୟ ବାୟୁ ସେନା’ ନାମରେ ପରିଚିତ ହେଲା । ଅକ୍ଟୋବର ୮ତାରିଖକୁ ଆମ ଦେଶରେ ‘ଭାରତୀୟ ବାୟୁସେନା ଦିବସ’ ଭାବେ ପାଳନ କରାଯାଉଛି । ଭାରତୀୟ ବାୟୁ ମାର୍ଗର ସୁରକ୍ଷା କରିବା ହେଉଛି ବାୟୁ ସେନାର କର୍ତ୍ତବ୍ୟ । ଚଣ୍ଡିଗଡ଼ଠାରେ ଆଜି ବାୟୁସେନା ଦିବସ ପାଳିତ ହେବ। ଏହି ଅବସରରେ ବାୟୁସେନା ପକ୍ଷରୁ ଯୁଦ୍ଧ ବିମାନରେ ବିଭିନ୍ନ କୌଶଳ ପ୍ରଦର୍ଶନ କରାଯିବ।






More Stories
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……
୩୦ ସପ୍ତାହର ଗର୍ଭପାତ ପାଇଁ ଅନୁମତି ଦେଲେ ସୁପ୍ରିମକୋର୍ଟ……
ନମାଜ ସମୟରେ ବିସ୍ଫୋରଣ,୧୦ ମୃତ୍ୟୁ…..