Report Card Odisha

| Daily Odia News

ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର…..

ରିପୋର୍ଟ କାର୍ଡ / କନ୍ଧମାଳ

ରାସ୍ତା କଡ଼ ବୁଦା ମୂଳରୁ ରକ୍ତାକ୍ତ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି | ଏଭଳି ହତ୍ୟାକାଣ୍ଡ ଘଟିଛି ନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଡଡବାଡି ଅଞ୍ଚଳରେ। ମୃତ ଯୁବକଙ୍କ ଘର ତାମିଲନାଡୁରେ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ମୃତ ଯୁବକ ଜଣେ ଯୁବତୀଙ୍କ ଭଲ ପାଉଥିଲେ । ସେ ତାମିଲନାଡୁରୁ ତାଙ୍କୁ ଦେଖା କରିବାକୁ ଆସିଥିଲେ । ହେଲେ ଝିଅର ଭାଇ ଏହାକୁ ବିରୋଧ କରିଥିଲେ । ଏପିରିକି ତାମିଲନାଡୁରୁ ଆସିଥିବା ଯୁବକଙ୍କୁ ମାରି ରାସ୍ତା କଡ଼ ବୁଦା ପାଖରେ ଫିଙ୍ଗିଦେଇଥିବା ଅନୁମାନ କରାଯାଉଛି । ତେବେ ହତ୍ୟା ନେଇ ଏବେଯାଏଁ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଏପିରିକି ଏହି ହତ୍ୟାକାଣ୍ଡରେ କେତେ ଜଣ ସଂପୃକ୍ତ ଅଛନ୍ତି ଏବଂ କାହିଁକି ହତ୍ୟା କରିଛନ୍ତି । ସେନେଇ ଖୋଲତାଡ଼ ଜାରି ରଖିଛି ପୋଲିସ । ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ବୋଲି ଅନୁମାନ କରାଯାଉଛି ।

Breaking News