ରିପୋର୍ଟ କାର୍ଡ / ଧାମନଗର
ଧାମନଗର ଉପନିର୍ବାଚନ ପାଇଁ ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ଙ୍କୁ ବିଜେପି ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ଆଜି ସୂରଜ ଭଦ୍ରକ ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ଦାଖଲ କରିଛନ୍ତି । ଏହି ସମୟରେ ବିଜେପିର ବରିଷ୍ଠ ନେତାଙ୍କ ସମେତ ତାଙ୍କ ଭଉଣୀ ଉପସ୍ଥିତ ରହିଥିଲେ। ନାମାଙ୍କନ ପୂର୍ବରୁ ସୂର୍ଯ୍ୟବଂଶୀ ସୂରଜ ପୈତୃକ ଗାଁ ତିହିଡି ମଙ୍ଗରାଜପୁର ଓ ଭଦ୍ରକ କୁଆଁସ ସ୍ଥିତ ବାସଭବନରେ ନିଜ ବାପା ସ୍ୱର୍ଗତ ବିଷ୍ଣୁ ସେଠୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହାପରେ ଏକ ବିଶାଳ ଶୋଭାଯାତ୍ରାରେ ନାମାଙ୍କନ ଦାଖଲ କରିବାକୁ ଭଦ୍ରକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ଯାଇଥିଲେ।
More Stories
ପୋଲିସ SI ପରୀକ୍ଷା ସ୍କାମ୍ : ଧରାପଡିଲା ମାଷ୍ଟରମାଇଣ୍ଡ!…..
ଓଡିଶାକୁ ମିଳିଲା ଟିକସ ହସ୍ତାନ୍ତରର ଅଗ୍ରୀମ କିସ୍ତି ୪୬୦୧ କୋଟି…..
ଜେଲରୁ କଏଦୀ ଚମ୍ପଟ:ଦୁଇ ୱାର୍ଡର ନିଲମ୍ବିତ…..