ରିପୋର୍ଟ କାର୍ଡ / ଗଜପତି
ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିପଡିଛି ଯାତ୍ରୀବାହୀ ବସ୍। ଏହି ଦୁର୍ଘଟଣାରେ କେହି ଆହତ ହୋଇନଥିବା ବେଳେ ୩୮ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଗଜପତି ଜିଲ୍ଲା ଅଡ଼ବା ଥାନା ଥାନା ନଳାଘlଟ ନିକଟରେ ଏଭଳି ଦୁର୍ଘଟଣା ଘଟିଛି। ଖବର ଅନୁଯାୟୀ, ମାଲକାନଗିରି ଜିଲ୍ଲା ମୋଟୁରୁ ଭୁବନେଶ୍ୱର ଆସୁଥିବା ଏକ ଯାତ୍ରୀବାହୀ ବସ୍ । ମଙ୍ଗଳବାର ବିଳମ୍ଵିତ ରାତିରେ ବସ୍ଟି ଭାରସାମ୍ୟ ହରାଇ ଅଡ଼ବା ଥାନା ନଳାଘlଟ ନିକଟରେ ରାସ୍ତା କଡ଼କୁ ଖସିଯାଇଛି। ଘନ କୁହୁଡି ଯୋଗୁଁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି। ତେବେ ଏହି ଦୁର୍ଘଟଣାରେ କେହି ଆହତ ହୋଇନଥିବା ବେଳେ ୩୮ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣାସ୍ଥଳରେ ଅଡ଼ବା ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ଯାତ୍ରୀମାନଙ୍କୁ ଅନ୍ୟ ଏକ ବସ୍ରେ ଯିବା ବ୍ୟବସ୍ଥା କରିଛି ପୋଲିସ।
More Stories
ଗାନ୍ଧୀ ଜୟନ୍ତୀରୁ ଜନ ସମ୍ପର୍କ ପଦଯାତ୍ରା…..
ଭୁବନେଶ୍ବରରେ ୭ଟି ସ୍ଥାନରେ ରାବଣ ପୋଡି…..
କଟକରେ ଭାଙ୍ଗିଲା ତୋରଣ…..