ରିପୋର୍ଟ କାର୍ଡ / ଭୁବନେଶ୍ୱର
OTDCର ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଇଛନ୍ତି ଲେନିନ୍ ମହାନ୍ତି । ଆଜି OTDCର ୩୭ତମ ଅଧ୍ୟକ୍ଷ ଭାବରେ ସେ ବିଧିବଦ୍ଧ ଭାବରେ ଦାୟିତ୍ବ ନେଇଛନ୍ତି । ଦାୟିତ୍ବ ନେବା ପରେ ଲେନିନ୍ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଗୁରୁଦାୟିତ୍ବ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି ବୋଲି ସେ କହିଛନ୍ତି । ଗତକିଛି ଦିନ ତଳେ ବିଭିନ୍ନ ବୋର୍ଡର ଅଧ୍ୟକ୍ଷ ଓ ପରାମର୍ଶଦାତା ନିଯୁକ୍ତ କରିଥିଲେ ରାଜ୍ୟ ସରକାର । ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । କଳିକେଶ ସିଂଦେଓଙ୍କୁ ଓଡ଼ିଶା ହାଉସିଂ ବୋର୍ଡ ଅଧ୍ୟକ୍ଷ ତ’ ପ୍ରଭାତ ମିଶ୍ର ଅପିକଲ୍ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି । ଡି. ବିଶ୍ବନାଥ ଓଆରଏଚ୍ଡିସି ଅଧ୍ୟକ୍ଷ ହୋଇଥିବା ବେଳେ ଲେନିନ ମହାନ୍ତିଙ୍କୁ ଓଟିଡିସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି ।






More Stories
ଖୁବ୍ଶୀଘ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳ ଅଦଳବଦଳ !…..
ନିଟ୍ ପରୀକ୍ଷାର୍ଥୀଙ୍କୁ ମାଗଣା ବସ୍ ସେବା…..
ଝଡ଼ବର୍ଷା ସମ୍ଭାବନା….