ରିପୋର୍ଟ କାର୍ଡ / ଭୁବନେଶ୍ଵର
ଧାମନଗର ଉପ ନିର୍ବାଚନ ପାଇଁ ରାଜନୀତି ସରଗରମ ରହିଛି | ନିର୍ବାଚନ ଆୟୋଗଙ୍କ ଦ୍ଵାରା ତାରିଖ ଘୋଷଣା ପରେ ଶାସକ ଏବଂ ବିରୋଧୀ ଦଳ ପକ୍ଷରୁ ପ୍ରଚାର ଜୋରଦାର ହେଉଛି । ବିଜେପି, ବିଜେଡି ଏବଂ କଂଗ୍ରେସ ତରଫରୁ ପ୍ରାର୍ଥୀ ଘୋଷଣା କରି ସାରିଛି। ଏହି କ୍ରମରେ ଧାମନଗର ଉପ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରାଯାଇଛି। ତାଲିକାରେ ସଭାପତି ସମୀର ମହାନ୍ତି, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ଵେଶ୍ଵର ଟୁଡୁ, କେନ୍ଦ୍ର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କ୍ଷେତ୍ର ପ୍ରଭାରୀ ସୁନୀଲ ବଂଶଲ, ପ୍ରଭାରୀ ଡି. ପୁରନ୍ଦେଶ୍ଵରୀ, ବିଜୟପାଲ ସିଂହ ତୋମାର ସାମିଲ୍ ଅଛନ୍ତି। ଏଥିସହ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ସାଂସଦ ଅପରାଜିତ ଷଡଙ୍ଗୀ ପ୍ରମୁଖ ସାମିଲ୍ |ସୂଚନାଯୋଗ୍ୟ, ବିଷ୍ଣୁ ସେଠୀଙ୍କ ପରଲୋକ ପରେ ଧାମନଗର ଉପ ନିର୍ବାଚନ ହେବାକୁ ଯାଉଛି। ନଭେମ୍ବର ୩ରେ ମତଦାନ ଏବଂ ନଭେମ୍ବର ୬ରେ ଭୋଟ୍ ଗଣତି ହେବ। ବିଜେପି ଦିବଙ୍ଗତ ନେତା ବିଷ୍ଣୁଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ଅବନ୍ତୀ ଦାସ୍ଙ୍କୁ ଟିକେଟ୍ ଦେଇଛି। କଂଗ୍ରେସ ପକ୍ଷରୁ ବାବା ହରେକୃଷ୍ଣ ସେଠୀ ମଇଦାନରେ ଅଛନ୍ତି। ସବୁଠୁ ବଡ କଥା ବିଜେଡି ସହ ବିଦ୍ରୋହ କରି ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।






More Stories
୧୬ରେ ରାଜ୍ୟସଭା ନିର୍ବାଚନ…..
ବାଛୁରୀ ପାଟିରେ ଫୁଟିଛି ବାରୁଦ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..