ରିପୋର୍ଟ କାର୍ଡ / ଖୋର୍ଦ୍ଧା
ଅଶ୍ଳୀଳ ଫଟୋ ଭାଇରାଲ ହେବାପରେ ଲୋକଲଜ୍ଜାକୁ ଡରି ଶେଷରେ ଜୀବନ ହାରିଦେଲେ ନାବାଳିକା । ଏହା ପୂର୍ବରୁ ନିଜ ଆତ୍ମହତ୍ୟାର କାରଣ ସମ୍ପର୍କରେ ଥାନା ଅଧିକାରୀଙ୍କୁ ଲେଖି ଜଣାଇବା ସହ ଏହା ପଛରେ ଥିବା ଯୁବକଙ୍କ ନାଁ ବି ଜଣାଇ ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଥାନା ଅଞ୍ଚଳର ଖଜୁରୀପଡ଼ାରେ ଏପରି ଅଭାବନୀୟ ଘଟଣା ଘଟିଛି। ସୂଚନାଯୋଗ୍ୟ, ନାବାଳିକାଜଣକ ଯୁକ୍ତ ୨ ରେ ପଢ଼ୁଥିବା ବେଳେ ତାଙ୍କର କିଛି ଅଶ୍ଳୀଳ ଫଟୋ କିଛି ଦିନ ହେବ ଭାଇରାଲ ହେବାରେ ଲାଗିଥିଲା। ଖଜୁରୀପଡ଼ାର ଜଣେ ଯୁବକ ଏହି ସବୁ ଫଟୋ ଭାଇରାଲ କରିଥିବା ବେଳେ ଯୁବତୀ ଓ ତାଙ୍କ ପରିବାର ସଦସ୍ୟଙ୍କୁ ମାରିଦେବାକୁ ବି ଧମକ ଦେଉଥିଲେ। ଏହାକୁ ନେଇ ଗାଁରେ ଟାହିଟାପରା ହେବାରୁ ମୁଣ୍ଡ ଟେକି ଚାଲି ପାରିଲେନି ପରିବାର ଲୋକେ।






More Stories
ସୈନିକ ସ୍କୁଲ ରାସ୍ତାରେ ସିରିଜ ଦୁର୍ଘଟଣା,୨ ମୃତ…..
ତଦନ୍ତ ଫାଇଲ ଗାଏବ କୁ ନେଇ FIR….
ଶ୍ୱଶୁର,ଶାଶୁଙ୍କୁ ପୋଡି ଦେଲା ଜ୍ୱାଇଁ…..