Report Card Odisha

| Daily Odia News

ODM ଗ୍ଲୋବାଲ ସ୍କୁଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ….

ରିପୋର୍ଟ କାର୍ଡ / ଭୁବନେଶ୍ବର

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ODM ଗ୍ଲୋବାଲ ସ୍କୁଲର ଉଦଘାଟନ କରିଛନ୍ତି । ଏହି ଅବସରରେ ଉପସ୍ଥିତ ଥିବା ଛାତ୍ରଛାତ୍ରୀ ଏବଂ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମାଜରେ ବିଦ୍ୟାଳୟର ଉଦ୍ଦେଶ୍ୟ ବିଷୟରେ ବିସ୍ତୃତ ଭାବେ କହିଥିଲେ । କିଭଳି ଭାବେ ଜଣେ ପିଲା ପାଠ ପଢି ଆଗକୁ ଯିବ ତାହାକୁ ଗୁରତ୍ବ ଦେଇଥିଲେ । ସେହିଭଳି ଓଡିଏମ୍ ଏଜୁକେସନାଲ ଗ୍ରୁପର ପ୍ରତିଷ୍ଠାତା ଡ.ସତ୍ୟବ୍ରତ ମିନକେତନଙ୍କ ଶିକ୍ଷା କ୍ଷେତ୍ରରେ ଥିବା ତାଙ୍କ ଉଦ୍ଦେଶ୍ୟ ଓ ଯୋଗଦାନକୁ ନେଇ ପ୍ରଶଂସା ମଧ୍ୟ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍କୁଲ ଭିତରେ ଥିବା ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଉଦଘାଟନ କରିବା ସହ ଚାରାରୋପଣ କରିଥିଲେ । ।

Breaking News