ରିପୋର୍ଟ କାର୍ଡ / ଯାଜପୁର
ଜୀବନ ବଞ୍ଚେଇବା ପାଇଁ କାରରୁ ଡେଇଁ ପଡ଼ିଲେ। ହେଲେ ଟ୍ରକ୍ ଚାପି ଦେବାରୁ ଜୀବନ ଚାଲିଗଲା । ଘଟଣାଟି ଘଟିଛି ଯାଜପୁର ଜିଲ୍ଲା ବୈରୀ ଥାନା ଅନ୍ତର୍ଗତ ଛତିଆ ନିକଟରେ। ମୃତ ମହିଳା ୨ ଜଣ ହେଲେଗୀତାଞ୍ଜଳି ପାଢ଼ୀ ଓ ସସ୍ମିତା ପାଢ଼ୀ । ସେମାନେ ଭୁବନେଶ୍ୱରର ସହିଦ ନଗର ଅଞ୍ଚଳର ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗୀତାଞ୍ଜଳି ଓ ସସ୍ମିତା ପରିବାରର ଅନ୍ୟ ସଦସ୍ୟଙ୍କ ସହିତ ମିଶି ମା’ ବିରଜାଙ୍କ ଦର୍ଶନ ପାଇଁ ଯାଜପୁର ଆସୁଥିଲେ। ବାଟରେ ଛତିଆ ନିକଟରେ ସେମାନେ ଜଳଖିଆ ଖାଇବା ପାଇଁ ଅଟକି ଥିଲେ। ଡ୍ରାଇଭର ଓ ପରିବାରର ଅନ୍ୟମାନେ ଜଳିଖିଆ ଖାଇବାକୁ ଯାଇଥିବା ବେଳେ ଗୀତାଞ୍ଜଳି ଓ ସସ୍ମିତା ଗାଡ଼ିରେ ଥିଲେ। ତେବେ ଡ୍ରାଇଭର ଗାଡ଼ିର ହ୍ୟାଣ୍ଡବ୍ରେକ୍ ଦେବାକୁ ଭୁଲି ଯାଇଥିଲେ। ଫଳରେ ଏନ୍ଏଚ୍-୧୬ କଡ଼ରେ ଛିଡ଼ା ହୋଇଥିବା ଗାଡ଼ିଟି ହଠାତ୍ ଗଡ଼ିବାକୁ ଆରମ୍ଭ କରିଥିଲା। ଗାଡ଼ିଟି ଏନ୍ଏଚ୍ ଉପରକୁ ଚାଲି ଯାଇଥିଲା। ଏହା ଦେଖି ଅଘଟଣରୁ ବର୍ତ୍ତିବା ପାଇଁ ଗୀତାଞ୍ଜଳି ଓ ସସ୍ମିତା ଚଳନ୍ତା ଗାଡ଼ିରୁ ଡେଇଁ ପଡ଼ିଥିଲେ। ତେବେ ସେମାନେ କାରରୁ ଡେଇଁବା ମାତ୍ରେ ପଛରୁ ଆସୁଥିବା ଏକ ଟ୍ରକ ସେମାନଙ୍କ ଉପରେ ମାଡ଼ି ଯାଇଥିଲା।






More Stories
୧୬ରେ ରାଜ୍ୟସଭା ନିର୍ବାଚନ…..
ବାଛୁରୀ ପାଟିରେ ଫୁଟିଛି ବାରୁଦ…..
ନାବାଳିକାକୁ ଦୁଷ୍କର୍ମ ଓ ପ୍ରସବ ଘଟଣା:ସିଲ୍ ହେବ ନର୍ସିଂହୋମ୍…..