ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆଜି ଆସିବ କଂଗ୍ରେସ ସଭାପତି ନିର୍ବାଚନ ଫଳାଫଳ | ଅଣ ଗାନ୍ଧି ପରିବାର ହେବେ ଦଳର ସଭାପତି। ମଲ୍ଲିକାର୍ଜୁନ ଖାଡ଼ଗେ ଏବଂ ଶଶୀ ଥରୁର୍ ଙ୍କ ମଧ୍ୟରେ ହୋଇଥିଲା ପ୍ରତିଦ୍ବନ୍ଦିତା | କିଏ ହେବେ କଂଗ୍ରେସର ନୂଆ ମୁଖିଆ ତାହାକୁ ନେଇ ଲାଗିରହିଛି ଚର୍ଚ୍ଚା | ଆଜି ଭୋଟ ଗଣତି ପରେ ତାହା ସ୍ପଷ୍ଟ ହେବ। କଂଗ୍ରେସ ମୁଖ୍ୟାଳୟରେ ଦିନ ୧୦ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଯାଇଛି। ୯ ହଜାର ୯୧୫ କଂଗ୍ରେସ ନେତା ଭୋଟ୍ ଦେଇଥିଲେ। ସେସବୁକୁ ଆଜି ଗଣତି କରାଯାଇ ମଧ୍ୟାହ୍ନ ପରେ ଫଳାଫଳ ଘୋଷଣା କରାଯିବ। ବିଜୟ ରେସ୍ରେ ସବୁଠୁ ଆଗରେ ରହିଛନ୍ତି ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାଡ଼ଗେ ।






More Stories
EV କିଣୁଥିବା ଗ୍ରାହକ ଖୁସି!…..
ଏପ୍ରିଲରୁ ନୂଆ ଆୟକର ନିୟମ…..
ଦେଶରେ ସଂସ୍କାର ଏକ୍ସପ୍ରେସ୍ ଆରମ୍ଭ…..