ରିପୋର୍ଟ କାର୍ଡ / ଭୁବନେଶ୍ୱର
ଦାଦାବଟି ପାଇଁ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଛନ୍ତି ଦୁର୍ବୁତ୍ତ । ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଚକେଇଶିଆଣିରେ ଏଭଳି କାଣ୍ଡ ଘଟିଛି । ସୂଚନା ଅନୁସାରେ, ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି । ତେଣୁ ସାରା ଅଞ୍ଚଳରେ ଏବେ ଆତଙ୍କ ଖେଳିଯାଇଛି । ଚକେଇଶିଆଣିରେ ମଙ୍ଗଳବାର ୪ ଜଣ ଯୁବକ ମିଶି ଦାଦବଟି ଆଦାୟ କରିବା ସମୟରେ ତାଙ୍କୁ ଜଣେ ଯୁବକ ବିରୋଧ କରିଥିଲେ । ଏହାପରେ ଯୁବକଙ୍କ ଜୀବନ ନେବାକୁ ଧାରୁଆ ଅସ୍ତ୍ର ଧରି ମାରିବାକୁ ଗୋଡାଇଥିଲେ ଦୁର୍ବୃତ୍ତ । ଅପରାଧୀଙ୍କ ଶିକାର ହୋଇଥିବା ଏହି ଯୁବକ ହେଲେ ଜୀବନ ଜ୍ୟୋତି ମହାନ୍ତି । ଦାଦବଟି ନ ଦେବାରୁ ଜ୍ୟୋତିଙ୍କୁ ବିଚ ରାସ୍ତାରେ ଆତି ନିର୍ମମ ଭାବେ ହତ୍ୟା କରିବାକୁ କରିଛନ୍ତି ଏହି ୪ ଜଣ ଦୁର୍ବୁତ୍ତ । ତେବେ ନିଜ ଜୀବନ ବଞ୍ଚାଇ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଜୀବନ ଜ୍ୟୋତି । ଅଭିଯୁକ୍ତ ଏହି ୪ ଜଣଙ୍କ ମଧ୍ୟରେ ଜଣେ ପୋଲିସ ବାବୁଙ୍କ ଜଣାଶୁଣା ବ୍ୟକ୍ତି ରହିଥିବା କୁହାଯାଇଛି ।






More Stories
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ବାଜିଲା ବିଗୁଲ୍…..
ଆଜି ପ୍ରବଳ ବର୍ଷିବ,୫ ଜିଲ୍ଲାକୁ ରେଡ୍ ଓ୍ବାର୍ନିଂ ଜାରି…..
ଶାହଙ୍କ ଓଡିଶା ଗସ୍ତ ବାତିଲ…..