ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସୀମାପାର ହେଉଛି ତାଲିବାନର ବର୍ବରତା | ଆଫଗାନିସ୍ତାନର ପଞ୍ଜଶିର ଘାଟିରେ ତାଲିବାନ ସଦସ୍ୟ ୨୭ଜଣଙ୍କୁ ବର୍ବରତାର ସହିତ ହତ୍ୟା କରିଛନ୍ତି। ମଙ୍ଗଳବାର ପ୍ରକାଶିତ ଏକ ରିପୋର୍ଟରେ ଏହି ସୂଚନା ପ୍ରଦାନ କରାଯାଇଛି। ସେମାନଙ୍କୁ ଗତ ମାସରେ ତାଲିବାନ ଧରିଥିଲା। ପ୍ରକାଶିତ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳୁଛି ଯେ ପାଞ୍ଚ ଜଣ ଲୋକଙ୍କ ଆଖିରେ ପଟି ବନ୍ଧା ଯାଇଛି। ସେମାନଙ୍କ ପିଠି ପଛରେ ହାତ ବନ୍ଧା ହୋଇଛି। ଏହା ପରେ ତାଲିବାନ ସଦସ୍ୟମାନେ ୨୦ ସେକେଣ୍ଡ ପାଇଁ ସେମାନଙ୍କ ଉପରେ ଲଗାତାର ଭାବରେ ଗୁଳି ଚଳାଇ ଉତ୍ସବ ପାଳନ କରୁଛନ୍ତି। ଆଫଗାନିସ୍ତାନ ଓ୍ବିଟନେସ ପକ୍ଷରୁ ଏହାର ତଦନ୍ତ କରାଯାଇଛି। ଏହାର ଜଣେ ଅଧିକାରୀ ଡେଭିଡ ଓସବୋର୍ନ କହିଛନ୍ତି ଯେ ତାଲିବାନ ସଦସ୍ୟଙ୍କ ବର୍ବରତା ସମ୍ପର୍କରେ ଏଥିରୁ ସ୍ପଷ୍ଟ ଜଣାପଡୁଛି। ରିପୋର୍ଟ ଅନୁଯାୟୀ, ସେ ସୋସିଆଲ ମିଡିଆର ଅନେକ ଭିଡିଓ ଏବଂ ଫଟୋଗ୍ରାଫକୁ ବିଶ୍ଳେଷଣ କରିଛନ୍ତି। ଏହା ତାଲିବାନ ସଦସ୍ୟଙ୍କର ଏକ ଗୋଷ୍ଠୀର କାର୍ଯ୍ୟ। ତାଲିବାନ ପଞ୍ଜଶିରର ଦାରା ଜିଲ୍ଲାରେ ୧୦ ଜଣଙ୍କୁ ହତ୍ୟା କରିଛି। ଏକ ଭିଡିଓରେ ଦେଖାଯାଉଛି ଯେ ସେମାନଙ୍କ ମଧ୍ୟରୁ ପାଞ୍ଚଜଣଙ୍କ ଉପରେ ଗାଡି ଚଳାଇ ଦିଆଯାଇଥିଲା। ସେ କହିଛନ୍ତି ଯେ ସୋସିଆଲ ମିଡିଆର ଫଟୋଗ୍ରାଫକୁ ଆଧାର କରି ସେ ଅନ୍ୟ ୧୭ ଜଣଙ୍କ ହତ୍ୟାକୁ ନିଶ୍ଚିତ କରିପାରିବେ।






More Stories
ଓଡଗାଁ ହତ୍ୟା ଘଟଣାରେ ୪ ଗିରଫ……
ସାକ୍ଷରତା ହାରରେ ୨୮ତମ ସ୍ଥାନରେ ଓଡ଼ିଶା……
ମନ୍ତ୍ରୀଙ୍କୁ ବିଭାଗ ବାଣ୍ଟିଲେ ଶୁଭେନ୍ଦୁ…..