ରିପୋର୍ଟ କାର୍ଡ / କଟକ
ଓଡିଶା ପୋଲିସର ୬୩ତମ ସହିଦ ଦିବସ ପାଳିତ ହୋଇଛି । ରାଜ୍ୟ ପୋଲିସ ମୁଖ୍ୟାଳୟରେ ପାଳିତ ହୋଇଛି ପୋଲିସ ସହିଦ ଦିବସ । ଏହି ଅବସରରେ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି ପୋଲିସ ଡିଜି ସୁନିଲ ବଂଶଲ । ସହିଦ ପୋଲିସଙ୍କ ଅମର ଆତ୍ମାକୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ପୋଲିସ ଡିଜି । ସମାଜରେ ଶାନ୍ତି ବଜାୟର ରଖିବାକୁ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ କର୍ତ୍ତବ୍ୟନିଷ୍ଠା, ତ୍ୟାଗ ଓ ବଳିଦାନକୁ ମନେ ପକାଇଛନ୍ତି । କୋଭିଡ ସମୟରେ ପୋଲିସ କର୍ମଚାରୀ କିଭଳି ଜନସାଧାରଣଙ୍କ ସୁରକ୍ଷା ପାଇଁ ନିରନ୍ତର ସେବା କରିଥିଲେ, ଏହାସହ ମାଓ ଦମନ କ୍ଷେତ୍ରରେ ଓଡିଶା ପୋଲିସ ଦୃଢତାର ସହ କାମ କରୁଛି, ଏହି ସବୁ ବିଷୟରେ ଆଲୋକପାତ କରିଥିଲେ ପୋଲିସ ଡିଜି । ଏହି ଅବସରରେ ଉଲ୍ଲେଖନୀୟ ଅବଦାନ ପାଇଁ କିଛି ପୋଲିସ କର୍ମଚାରୀଙ୍କୁ ସମ୍ମାନୀତ କରାଯାଇଥିଲା ।






More Stories
କଂଗ୍ରେସ ଛାଡିଲେ ଜୟରାମ…..
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
୧୬ରେ ରାଜ୍ୟସଭା ନିର୍ବାଚନ…..