ରିପୋର୍ଟ କାର୍ଡ / କଟକ
ରେଭେନ୍ସା କଲେଜର ଛାତ୍ରଛାତ୍ରୀ ଆନ୍ଦୋଳନ କରିପାରିବେନାହିଁ । ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିପାରିବେ ନାହିଁ କି ହିଂସାତ୍ମକ ଆଚରଣ ପ୍ରଦର୍ଶନ କରିପାରିବେ ନାହିଁ। ସେହିପରି ଆମରଣ ଅନଶନ କି ଗେଟ୍ ଆଗରେ ଧାରଣା ମଧ୍ୟ ଦେଇପାରିବେ ନାହିଁ। ଏନେଇ ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିଜ୍ଞପ୍ତି ଜାରି କରିଥିଲେ | କିନ୍ତୁ ଆଜି ବିଜ୍ଞପ୍ତି ରଦ୍ଦ କଲେ ରେଭେନ୍ସା କର୍ତ୍ତୃପକ୍ଷ । ଗତକାଲି ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଛାତ୍ର ଆନ୍ଦୋଳନକୁ ନେଇ କଡା ନିୟମ ଲାଗୁ କରିଵାକୁ ବିଜ୍ଞପ୍ତି ଜାରି କରିଥିଲେ । ଛାତ୍ରଛାତ୍ରୀ ଆନ୍ଦୋଳନ କଲେ କିମ୍ବା କୌଣସି ନିଷ୍ପତ୍ତି ଵିରୋଧରେ ପ୍ରତିବାଦ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଵ ଵୋଲି ବିଜ୍ଞପ୍ତିରେ ଦର୍ଶାଯାଇଥିଲା । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଦେଇଥିଲା । ଛାତ୍ର ଆନ୍ଦୋଳନ ଚେତାବନୀ ପରେ ରେଭେନ୍ସା କର୍ତ୍ତୃପକ୍ଷ ତରଵରିଆ ଭାଵେ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିଛନ୍ତି ।






More Stories
ଚକୋଲେଟ୍ ବାଣ୍ଟିଲେ ରାଷ୍ଟ୍ରପତି……
ଭାଜପା ଉପରୁ ଜନତାଙ୍କ ବିଶ୍ୱାସ ତୁଟିଛି,ଏଠାରୁ ପରିବର୍ତ୍ତନର ଆରମ୍ଭ :ଧର୍ମେନ୍ଦ୍ର….
ଶିକ୍ଷା ଭବିଷ୍ୟତ ନିର୍ମାଣର ମୂଳଦୁଆ….