Report Card Odisha

| Daily Odia News

୨୫ ତାରିଖ ସ୍ଥଳଭାଗ ଛୁଇଁବ ବାତ୍ୟା…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

‘ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇସାରିଛି । ଏଥିସହିତ ଆସନ୍ତା ୨୩ ଅକ୍ଟୋବର ସୁଦ୍ଧା ଏହା ତୀବ୍ର ଅବପାତ ରୂପ ନେବ ଆକଳନ ମଧ୍ୟ କରାଯାଇଛି । ଏତତ୍ ବ୍ୟତୀତ୨୪ ତାରିଖରେ ସାମୁଦ୍ରିକ ଝଡ଼ ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏନେଇ ଏସଆରସି ପ୍ରଦୀପ ଜେନା ବାତ୍ୟାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । କହିଛନ୍ତି ଯେ, ସମ୍ଭାବ୍ୟ ବାତ୍ୟା ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବ ଏବଂ ଏହା ୨୫ ତାରିଖ ସନ୍ଧ୍ୟା ସୁଦ୍ଧା ସ୍ଥଳଭାଗ ଛୁଇଁବ । ସମ୍ଭାବ୍ୟ ବାତ୍ୟା ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ଛୁଇଁବାକୁ ଥିବାବେଳେ ଓଡିଶାକୁ ବତ୍ୟା ବିପଦ ନଥିବା ଏସଆରସି ସୂଚନା ଦେଇଛନ୍ତି । ତେବେ ଏହି ବତ୍ୟା ପ୍ରଭାବରେ ୨୪ ତାରିଖରେ ରେ ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ହେବ । କିଛି ସ୍ଥାନରେ ସମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥୁିବାବେଳେ କିଛା ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ସଗାଜ ରହିଥିବା ବେଳେ ଜନସାଧାରଣ ବ୍ୟାତାକୁ ନେଇ ଆତଙ୍କିତ ନ ହେବାକୁ ଏସଆରସି ପରାମର୍ଶ ଦେଇଛନ୍ତି । ଏଥି ସହିତବଜାରରେ ଅଧିକ ଭିଡ ନ କରିବାକୁ ମଧ୍ୟ ଏସ ଆର ସି ଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Breaking News