Report Card Odisha

| Daily Odia News

ରୋଜଗାର ମେଳା ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଦୀପାବଳି ଅବସରରେ ଭର୍ଚୁଆଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋଜଗାର ମେଳା ଉଦଘାଟନ କରିଛନ୍ତି। ଆଜି ୧୦ଲକ୍ଷ ନିଯୁକ୍ତି ଅଭିଯାନରେ ଏହି ମେଳା ଆରମ୍ଭ ହୋଇଛି। ଏଥିରେ ୭୫,୦୦୦ ଆଶାୟୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ନିଯୁକ୍ତି ସୁଯୋଗ ଉପରେ କ୍ରମାଗତ ଫୋକସ କରିଆସୁଥିବା ପ୍ରଧାନମନ୍ତ୍ରୀଙ୍କ ଏହି ପଦକ୍ଷେପ ବେଶ ଫଳପ୍ରଦ ସାବ୍ୟସ୍ତ ହେବ | ପ୍ରଧାନମନ୍ତ୍ରୀରଙ୍କ ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ମନ୍ତ୍ରଣାଳୟରେ ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ଗୁରୁତ୍ୱ ଦିଆଯାଇଥିଲା। ଆଜିର କାର୍ଯ୍ୟକ୍ରମ ମାଧ୍ୟମରେ କେନ୍ଦ୍ରସରକାରଙ୍କ ୩୮ଟି ମନ୍ତ୍ରଣାଳୟର ଖାଲି ପଡ଼ିଥିବା ପଦବୀ ପୂରଣ ହୋଇପାରିଛି। ନବ ନିଯୁକ୍ତମାନେ ସରକାରଙ୍କ ଗ୍ରୁପ୍-ଏ , ଗ୍ରୁପ୍‌-ବି (ଗେଜେଟେଡ୍‌), ଗ୍ରୁପ୍‌-ବି (ଅଣଗେଜେଟେଡ୍‌) ଏବଂ ଗ୍ରୁପ୍‌-ସି ଭଳି ବିଭିନ୍ନ ସ୍ତରରେ ଚାକିରି କରିବେ ବୋଲି ଉକ୍ତ ବିବୃତିରେ ଉଲ୍ଲେଖ କରାଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଯୁବାମାନଙ୍କୁ ଯଥା ସମ୍ଭବ ଅଧିକ କର୍ମସଂସ୍ଥାନ ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଏକାଧିକ କ୍ଷେତ୍ରରେ କାର୍ଯ୍ୟ ଚଳାଇଛନ୍ତି। ପ୍ରକୃତ କଥା ହେଉଛି ବିଶ୍ୱର ପରିସ୍ଥିତି ଏବେ ଭଲନାହିଁ। ଅନେକ ବୃହତ୍ ଅର୍ଥନୀତି ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। କେ‌ତେକ ଦେଶରେ ଉତ୍କଟ ମୁଦ୍ରସ୍ଫୀତି ଓ ବେକାରୀ ସମସ୍ୟା ସର୍ବୋଚ୍ଚସ୍ତର ଛୁଇଁଲାଣି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କୋଭିଡ୍‌-୧୯ ମହାମାରୀଜନିତ ଆର୍ଥିକ ସମସ୍ୟା ସୁଧାରିବା ନିମନ୍ତେ ଭାରତ ସରକାର ମଧ୍ୟ କାର୍ଯ୍ୟ ଚଳାଇଛନ୍ତି।

 

Breaking News