ରିପୋର୍ଟ କାର୍ଡ / ଭୁବନେଶ୍ୱର
ନନ୍ଦନକାନନରେ ବାଘୁଣୀ ‘ବିଜୟା’ର ମୃତ୍ୟୁ ହୋଛି । ସେ ରୋଗାକ୍ରାନ୍ତ ହେବା ପରେ ନନ୍ଦନକାନନ ଓ ଓୟୁଏଟିର ସ୍ଵତନ୍ତ୍ର ୪ଜଣିଆ ଡାକ୍ତରୀ ଦଳ ତା’ର ଚିକିତ୍ସା କରୁଥିଲେ। ଆଜି ବିଜୟା’ର ମୃତ୍ୟୁ ହୋଇଥିବା ସୂଚନା ମିଳିଛି | ସେ ଗତ ୯ତାରିଖରେ କୌଣସି କାରଣକୁ ନେଇ ଅସୁସ୍ଥ ହୋଇ ପଡ଼ିଥିଲା। ୧୪ତାରିଖରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସ୍ଵତନ୍ତ୍ର ଏନକ୍ଲୋଜର ଭିତରରେ ରଖି ତାର ପରୀକ୍ଷା ନିରୀକ୍ଷା ସହ ଚିକିତ୍ସା ଚାଲିଥିଲା। ତା’ର ବୟସ ପ୍ରାୟ ୧୨ବର୍ଷ ହୋଇଥିଲା। ଶେଷ ଥର ୩ଟି ଶବକ ଜନ୍ମ କରିବା ପରେ ସେ ଅସୁସ୍ଥ ହୋଇଥିଲା। ଏହି ସମୟରେ ଚିକିତ୍ସା ପାଇ ସୁସ୍ଥ ହୋଇଥିଲା। ହେଲେ ହଠାତ୍ ପୁନଃ ଅସୁସ୍ଥତା ସହ ତାର ମୃତ୍ୟୁ ହୋଇଛି। ହେଲେ କେଉଁ କାରଣ ଯୋଗୁଁ ତା’ର ମୃତ୍ୟୁ ହୋଇଛି ତାହା ବ୍ୟବଚ୍ଛେଦ ପରେ ଜଣା ପଡ଼ିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ କହିଛନ୍ତି। ତା’ର ମୃତ୍ୟୁ ପରେ ବର୍ତ୍ତମାନ ନନ୍ଦନକାନନରେ ବାଘ ସଂଖ୍ୟା ୨୫ରେ ପହଞ୍ଚିଛି।






More Stories
କଂଗ୍ରେସ ଛାଡିଲେ ଜୟରାମ…..
ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ବାଛୁରୀ ପାଟିରେ ଫୁଟିଛି ବାରୁଦ…..