ରିପୋର୍ଟ କାର୍ଡ / ଭୁବନେଶ୍ୱର
୨୦୧୯ ମସିହା ପୂର୍ବରୁ ପଞ୍ଜୀକୃତ ସମସ୍ତ ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ ଲଗାଇବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଥିଲେ । ଅକ୍ଟୋବର ପହିଲାରୁ ଏହାର ଯାଞ୍ଚ କରାଯାଇ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି କୁହାଯାଇଥିଲା । ଯେଉଁମାନେ ଅନଲାଇନ୍ ବୁକିଂ କରିବା ସହ ସ୍ଲିପ ପାଖରେ ରଖିଥିବେ ସେମାନେ ଚେକିଂରୁ ରକ୍ଷା ପାଇପାରିବେ ବୋଲି ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ପରେ ସେପ୍ଟେମ୍ବର ୩୦ ତାରିଖରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବା ସମୟସୀମାକୁ ଆଉ ଏକ ମାସ ବୃଦ୍ଧି କରିଥିଲେ | ତେବେ ୧, ୨, ୩, ୪ ଶେଷ ଅଙ୍କ ଥିବା ନମ୍ବର ପ୍ଲେଟ୍ ଲଗାଇବା ସମୟସୀମା ଅକ୍ଟୋବର ୩୧ ତାରିଖରେ ସରିବ । ଏଥିପାଇଁ ଆଉ ମାତ୍ର ଚାରିଦିନ ସମୟ ରହିଛି । ତେଣୁ ଏହିସବୁ ଯାନ ପାଇଁ ପୁଣି ଥରେ ସମୟସୀମା ବୃଦ୍ଧି କରାଯିବ କି ନା ସେନେଇ ଜଣାଇବାକୁ ହାଇକୋର୍ଟ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୩୧ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ରହିଥିବା ବେଳେ ଏନେଇ ଜବାବ ଦାଖଲ କରିବାକୁ ହାଇକୋର୍ଟ କହିଛନ୍ତି । ଏବେ ବି ରାଜ୍ୟର ଅନେକ ସଂଖ୍ୟକ ଗାଡ଼ିରେ ନମ୍ବର ପ୍ଲେଟ ଲାଗି ପାରିନି । ତେଣୁ ଏନେଇ ଅଧିକ ସମୟର ଆବଶ୍ୟକତା ଥିବା ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଥିଲା । ତେବେ ୧, ୨, ୩ ଓ ୪ ଶେଷ ଅଙ୍କ ଥିବା ଗାଡ଼ିଗୁଡ଼ିକରେ ନମ୍ବର ପ୍ଲେଟ ଆସନ୍ତା ୩୧ ତାରିଖ ସୁଦ୍ଧା ଲାଗିଯିବ । ଏଥିପାଇଁ ହାତରେ ଯଥେଷ୍ଟ ସମୟ ଥିବା ଏସଟିଏ ପକ୍ଷରୁ କୁହାଯାଇଥିଲା ।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..