ରିପୋର୍ଟ କାର୍ଡ / ଦେବଗଡ଼
ବେଆଇନ କ୍ଲିନିକ କରି ଚିକିତ୍ସା କରୁଥିବା ଜଣେ ନକଲି ଡାକ୍ତରକୁ ଗିରଫ କରିଛି ପୋଲିସ | ଏଭଳି ଘଟଣା ସାମ୍ନାକୁ ଆସିଛି ଦେବଗଡ଼ ଜିଲ୍ଲା କଦମଦର୍ହ ଗାଁରୁ | ତାଙ୍କଠାରୁ ପ୍ରାୟ ୨ଲକ୍ଷ ଟଙ୍କାର ଔଷଧ ଜବତ କରାଯାଇଛି। ଅଭିଯୁକ୍ତ ଜଣକ ହେଲେ ପଶ୍ଚିମବଙ୍ଗର ପ୍ରଶାନ୍ତ ରାୟ। ପ୍ରଶାନ୍ତ ୪ବର୍ଷ ହେଲା କଦମଦର୍ହ ଗାଁରେ କ୍ଲିନିକ କରି ରୋଗୀଙ୍କର ଚିକିତ୍ସା କରୁଥିଲେ। ଏପରିକି ଶିକ୍ଷାଗତ ଯୋଗ୍ୟତା ନ ଥାଇ ଅପରେସନ ମଧ୍ୟ କରୁଥିଲେ। ଏଥିସହ ଏହି ବେଆଇନ କ୍ଲିନିକରେ ପ୍ରସବ ମଧ୍ୟ କରାଉଥିଲେ। ପ୍ରଶାନ୍ତ ଜଣେ ନକଲି ଡାକ୍ତର ବୋଲି ପୋଲିସ ଖବର ପାଇ ଗତକାଲି ତାଙ୍କ କ୍ଲିନିକରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ୨ଲକ୍ଷ ଟଙ୍କାର ଔଷଧ ଜବତ କରିଥିଲା। ଏହା ପୂର୍ବରୁ ପ୍ରଶାନ୍ତ ଝାରସୁଗୁ଼ଡ଼ାରେ ମଧ୍ୟ କ୍ଲିନିକ କରିଥିଲେ। ସେଠାରେ ରୋଗୀଙ୍କର ଚିକିତ୍ସା କରୁଥିଲେ। ୪ ବର୍ଷ ହେଲା କଦମଦର୍ହ ଗାଁରେ କ୍ଲିନିକ କରି ରୋଗୀଙ୍କର ଚିକିତ୍ସା କରିଆସୁଥିଲେ। ପ୍ରଶାନ୍ତ ଜାଲ ସାର୍ଟିଫିକେଟ ଦେଖାଇ ଡାକ୍ତର ଭାବେ ପରିଚୟ ଦେଇ ଲୋକଙ୍କୁ ଠକୁ ଥିବା ପୋଲିସ ଆଗରେ ନିଜେ ସ୍ୱୀକାର କରିଛନ୍ତି।






More Stories
ଶ୍ରୀମନ୍ଦିର ଭିତରେ ମୋବାଇଲରେ କଥା ହେଲେ ଶ୍ରଦ୍ଧାଳୁ…..
ଫେବୃଆରୀରୁ ଆରମ୍ଭ ହେବ ସ୍ୱଚ୍ଛ ସର୍ବେକ୍ଷଣ…..
ରାଉରକେଲା ବିମାନ ଦୁର୍ଘଟଣା:ଆବଶ୍ୟକ ପଡିଲେ ଏୟାର ଲିଫ୍ଟିଙ୍ଗ…..