ରିପୋର୍ଟ କାର୍ଡ / ଭୁବନେଶ୍ବର
ଧାମନଗର ଉପନିର୍ବାଚନ ପାଇଁ ଲାଗୁ ହୋଇଥିବା ମଡେଲ କୋଡ଼ ଅଫ କଣ୍ଡକ୍ଟ ପାଳନ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କଠୋର ହୋଇଛନ୍ତି। ରାଜନୈତିକ ଦଳର ନେତା, କର୍ମୀ ଓ ପ୍ରାର୍ଥୀଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲେହାନୀ ଚେତାବନୀ ଦେଇଛନ୍ତି। ଆଦର୍ଶ ଆଚରଣ ବିଧି ମାନନ୍ତୁ, ନହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଏବେ ସୁଦ୍ଧା ୧୦୨ଟି ଅଭିଯୋଗ ଆସିଛି, ୨୧୬ ଜଣ ଗିରଫ ହୋଇଛନ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ କହିଛନ୍ତି ଯେ, ରାଜନୈତିକ ଦଳ ଗୁଡିକ ବିରୋଧରେ ବହୁତ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆସିଛି। ଭୋଟରକୁ ଲାଞ୍ଚ ଦେବା, ଭୋଟ ପାଇଁ ଧମକଇବା ଭଳି ମଧ୍ୟ ଅଭିଯୋଗ ଆସିଛି। ଭୋଟରକୁ ଲାଞ୍ଚ, ପ୍ରୋଲଭନ ଦେବା ଅପରାଧ। ଏଭଳି ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବ। ସିଭିଜିଲ ଆପ ମାଧ୍ୟମରେ ସାଧାରଣ ଲୋକେ ଅଭିଯୋଗ କରିପାରିବେ। ଅଭିଯୋଗ ଆସିଲେ ୧୦୦ ମିନିଟ ଭିତରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ। ଇତି ମଧ୍ୟରେ ଏ ପର୍ଯ୍ୟନ୍ତ ୧୦୨ ବିଭିନ୍ନ ଟି ଅଭିଯୋଗ ଆସିଛି। ତା ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ଶ୍ରୀ ଲୋହାନୀ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।






More Stories
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……
ଆସିଲା ସୁଭଦ୍ରା ଟଙ୍କା…..