Report Card Odisha

| Daily Odia News

ଡ୍ୟାମ୍‌କୁ ଡେଇଁଲେ ଯୁବକ…..

ରିପୋର୍ଟ କାର୍ଡ / କେନ୍ଦୁଝର

କାଁଝାରି ଡ୍ୟାମ୍‌କୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି | ତେବେ ଯୁବକ ଜଣକ କଣ ପାଇଁ ଡ୍ୟାମ୍‌କୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ତାହାର କାରଣ ଅସ୍ପଷ୍ଟ ରହଛି । ଏ ସମ୍ପର୍କରେ ଅଗ୍ନିଶମ ବାହିନୀଙ୍କୁ ସୂଚନା ଦିଆଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ଟିମ୍ ପହଞ୍ଚି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛି। ଯୁବକ ଜଣ ନରଣପରର ପ୍ରତୀକ କୁମାର ମହାନ୍ତ ବୋଲି ଜଣାପଡିଛି। ସୂଚନା ଅନୁସାରେ ପ୍ରତୀକ ଏକ ଶୁଦ୍ଧିକ୍ରିୟା କାର୍ଯ୍ୟରେ ସାମିଲ ହୋଇ ବାଇକ ଯୋଗେ ଘରକୁ ଫେରୁଥିଲେ । ତେବେ କାଁଝାରି ଡ୍ୟାମ ରାସ୍ତା ଦେଇ ଫେରୁଥିବା ସମୟରେ ଗେଟ୍ ନିକଟରେ ବାଇକ୍‌କୁ ରଖି ଡ୍ୟାମ୍‌କୁ ଡେଇଁ ପଡିଥିଲେ ।

Breaking News