ରିପୋର୍ଟ କାର୍ଡ / ଗଞ୍ଜାମ
ନିଜ ଘର ଛାତ ଉପରେ ବାଣ ତିଆରି କରିବା ହେଲା କାଳ। ବାଣ ଭିଡ଼ୁଥିବା ବେଳେ ବିସ୍ଫୋରଣ ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସହର କରଣସାହିରେ। ମୃତ ଯୁବକ ଜଣଙ୍କ ହେଲେ ଜିତେନ୍ଦ୍ର ପ୍ରଧାନ। ତାଙ୍କୁ ୩୦ ବର୍ଷ ହୋଇଥିଲା। ଆଜି ସକାଳେ ଜିତେନ୍ଦ୍ର ନିଜ ଘର ଛାତ ଉପରେ ବାଣ ତିଆରି କରୁଥିଲେ। ଏହି ସମୟରେ ହଠାତ୍ ବିସ୍ଫୋରଣ ଘଟିଥିଲା। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖଲ୍ଲିକୋଟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଜିତେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ। ଜିତେନ୍ଦ୍ର ଗାଁ ଯାତ୍ରା ପାଇଁ ବାଣ ତିଆରି କରୁଥିଲେ ବୋଲି ପରିବାର ଲୋକ କହିଛନ୍ତି। ତେବେ ବାଣ ତିଆରି କରିବା ପାଇଁ ତାଙ୍କ ପାଖରେ ଲାଇସେନ୍ସ ଥିଲା କି ନା ବିନା ଲାଇସେନ୍ସରେ ବାଣ ତିଆରି କରୁଥିଲେ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଖଲ୍ଲିକୋଟ ପୁଲିସ ଘଟଣାର ତଦନ୍ତ କରୁଛି। ଏହି ବିସ୍ଫୋରଣରେ ପରିବାର ଲୋକଙ୍କର କିଛି ହୋଇନାହିଁ।






More Stories
ବର୍ଷାକୁ ନେଇ ବଡ଼ ଅପଡେଟ୍:ଜାରି ହେଲା ଆଲର୍ଟ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ:ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ…..
ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ…..