ରିପୋର୍ଟ କାର୍ଡ / ମୟୂରଭଞ୍ଜ
ଭୁଲ୍ ଇଞ୍ଜେକସନ୍ ଦେବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଡାକ୍ତରଖାନାରେ | ମୃତକ ହେଲେ ବହୁବନ୍ଧ ଗ୍ରାମର ପୂର୍ଣ୍ଣଚନ୍ଦ୍ର ମିରିଡ଼ିଆଙ୍କ ପତ୍ନୀ ରାଧିକା | ସୂଚନା ଅନୁଯାୟୀ ରାଧିକା ଏକ କଣ୍ଟା ମାଡ଼ି ପକାଇବା ପରେ ଗତକାଲି ରାତିରେ ତାଙ୍କୁ ଜ୍ୱର ଆସିଥିଲା। ଚିକିତ୍ସା ପାଇଁ ସେ ସୋମବାର ଦିନ ଡାକ୍ତରଖାନା ଆସିଥିବା ବେଳେ ତାଙ୍କୁ ପାରାସିଟାମଲ୍, ଆଣ୍ଟିବାଓଟିକ୍ ଓ ଏକ ଇଞ୍ଜେକସନ୍ ଦିଆଯାଇଥିଲା। ତେବେ ସ୍ବାସ୍ଥ୍ୟ କର୍ମଚାରୀ ଜଣକ ଇଞ୍ଜେକସନ୍ ଦେବାର ପ୍ରାୟ ଅଧଘଣ୍ଟାଏ ପରେ ରାଧିକାଙ୍କ ମୃତ୍ୟୁ ଘଟିଥିଲା।






More Stories
ପୀତବାସ ହତ୍ୟା ମାମଲାର: ଡାକ୍ତରଙ୍କ ମୋବାଇଲ ଫୋନ ଜବତ…..
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….