ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର ଖାରବେଳ ନଗର ଥାନା ରାମମନ୍ଦିର ନିକଟରେ ଥିବା ଏକ ଏଟିଏମ୍ ଭିତରେ ଜଣେ ମହିଳାଙ୍କୁ ସାରାରାତି ଦୁଷ୍କର୍ମ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ହେବା ପରେ ପୋଲିସ ମହିଳାଙ୍କର ଡାକ୍ତରୀ ମାଇନା କରିବା ସହ ଏକ ମାମଲା ରୁଜୁକରି ତଦନ୍ତ କରୁଛି। ପୋଲିସ ସେଠାରେ ଲାଗିଥିବା ସିସିଟିଭି ଫୁଟେଜ ଏବଂ ଅନ୍ୟାନ୍ୟ ପ୍ରମାଣ ଆଧାରରେ ୨ଜଣ ସିକ୍ୟୁରିଟି ଗାର୍ଡଙ୍କୁ ଅଟକ ରଖିଥିବା ଜଣାପଡିଛି। ଏପରିକି ସେମାନଙ୍କ ମେଡିକାଲ ପରୀକ୍ଷା କରିଛି। ମହିଳାଙ୍କ ଶରୀରରୁ ମିଳିଥିବା ନମୁନା ସହ ଦୁଇ ଅଭିଯୁକ୍ତଙ୍କ ନମୁନା ମେଳ ଖାଇବା ପରେ ପୋଲିସ ଗିରଫ କରିବ ବୋଲି ସୂଚନା ମିଳୁଛି। ମିଳିଥିବା ସୂଚନା ଅନୁସାରେ, ମହିଳା ଜଣଙ୍କ ସ୍ଥାନୀୟ ଅଞ୍ଚଳରେ ରୁହନ୍ତି। ତାଙ୍କର ରାତିରେ ଟଙ୍କା ଆବଶ୍ୟକ ପଡ଼ିବରୁ ଟଙ୍କା ଉଠାଇବା ପାଇଁ ନିକଟରେ ଥିବା ଏଟିଏମ୍କୁ ଯାଇଥିଲେ। ଏହି ସମୟରେ ମହିଳାଙ୍କୁ ଏକାକୀ ଦେଖି ସିକ୍ୟୁରିଟି ଗାର୍ଡ ସେଠାରେ ଦୁଷ୍କର୍ମ କରିଥିଲେ। ଏପରିକି ମହିଳାଙ୍କୁ ନିକଟରେ ଥିବା ଏକ ଘର ଭିତରକୁ ଟେକି ନେଇ ରାତି ତମାମ ଦୁଷ୍କର୍ମ କରିଥିଲେ। ସକାଳୁ କୌଣସି ମତେ ମହିଳା ଜଣଙ୍କ ଅଭିଯୁକ୍ତ ନିକଟରୁ ଖସିଆସି ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୋଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଇ ଅଭିଯୁକ୍ତଙ୍କୁ ଚିହ୍ନଟ କରିଥିଲା।






More Stories
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……
ଆସିଲା ସୁଭଦ୍ରା ଟଙ୍କା…..