ରିପୋର୍ଟ କାର୍ଡ / ଭୁବନେଶ୍ୱର
ଧାମନଗର ଉପନିର୍ବାଚନ ପାଇଁ ନିୟୋଜିତ ହୋଇଥିବା ପୋଲିଂ ଅଧିକାରୀ ନଟବର ମୁଣ୍ଡାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ବିୟୋଗରେ ଗଭୀର ଦୁଃଖପ୍ରକାଶ କରିଛନ୍ତି । ଏନେଇ ସେ ନିଜର ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଏକ ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି ଯେ, ‘ଧାମନଗର ଉପନିର୍ବାଚନରେ ନିୟୋଜିତ ଥିବା ପୋଲିଂ ଅଫିସର ନଟବର ମୁଣ୍ଡାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଉଛି ।’






More Stories
ବର୍ଷା ସହ ବିଜୁଳି-ଘଡ଼ଘଡ଼ି ସମ୍ଭାବନା……
ଓଡ଼ିଶା ଗସ୍ତରେ ଉପରାଷ୍ଟ୍ରପତି…..
ପ୍ରଥମ ବନ୍ୟାଜଳ ଛାଡିଲା ହୀରାକୁଦ…..