Report Card Odisha

| Daily Odia News

ଅନୁପ ସାଏଙ୍କୁ ଜାମିନ୍…..

ରିପୋର୍ଟ କାର୍ଡ / ଝାରସୁଗୁଡା

ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ବିଳାସପୁର ଉଚ୍ଚ ନ୍ୟାୟାଳୟରୁ ଜାମିନ ମିଳିଛି । ମା ଝିଅ ଡବଲ ମର୍ଡର ମାମଲାରେ ଛତିଶଗଡ଼ ଉଚ୍ଚନ୍ୟାୟାଳୟ ଅନୁପଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିବା ଜଣାଯାଇଛି । ଗୁରୁବାର ଜଷ୍ଟିସ ସଞ୍ଜୟ କେ. ଅଗ୍ରୱାଲ ଓ ଜଷ୍ଟିସ ଦୀପକ ତିୱାରୀଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଏହି ଜାମିନ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଗୁରୁବାର ଅର୍ଡର କପି ପ୍ରକାଶ ପାଇ ନ ଥିବା ହେତୁ କେଉଁ ସର୍ତ୍ତରେ ଜାମିନ ମିଳିଛି ତାହା ସ୍ପଷ୍ଟ ହୋଇପାରିନାହିଁ। ଶ୍ରୀ ସାଏ ୨୦୧୬ ମସିହାର କଳ୍ପନା-ବବଲି ଡବଲ ମର୍ଡର ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ୨୦୨୦ ଫେବୃଆରୀ ୧୪ ତାରିଖରେ ଗିରଫ ହୋଇଥିବା ବେଳେ ୨୦୨୨ ଏପ୍ରିଲ ୨ ତାରିଖରେ ଛତିଶଗଡ଼ ରାୟଗଡ଼ର ଅଦାଲତ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ।

Breaking News