ରିପୋର୍ଟ କାର୍ଡ / ଗଜପତି
ଗଜପତି ଜିଲ୍ଲା କାଶୀନଗର ବ୍ଲକ କିଡିଗାଁରେ ଅଜଣା ଜନ୍ତୁ ଆତଙ୍କ। ଗତ ରାତିରେ ଅଜଣା ଜନ୍ତୁ ଆକ୍ରମଣରେ ୬୦ରୁ ଅଧିକ ଛେଳିର ମୃତ୍ୟୁ ଘଟିଥିବା ବେଳେ ୨୮ରୁ ଅଧିକ ଛେଳି ଗୁରୁତର ଆହତ ହୋଇଛନ୍ତି। କିଡିଗାଁର ରାମନାଥ ଓ ବି. କ୍ରୀଷ୍ଣା ୧୦୦ରୁ ଅଧିକ ଛେଳି ରାତିରେ ଗୁହାଳରେ ବାନ୍ଧି ରଖିଥିଲେ। ଆଜି ସକାଳେ ଦେଖିଲା ବେଳକୁ ୬୦ରୁ ଅଧିକ ଛେଳି ମରି ପଡ଼ିଥିବା ବେଳେ ୨୮ରୁ ଅଧିକ ଛେଳି ଗୁରୁତର ଆହତ ହୋଇଛନ୍ତି। ରାତିରେ କେଉଁ ଅଜଣା ଜନ୍ତୁ ଗୁହାଳରେ ପଶି ଏହି ଛେଳି ଗୁଡ଼ିକ ମାରି ଦେଇଥିବା ସେମାନେ ଅଭିଯୋଗ କରିଛନ୍ତି। ଖବର ପାଇ ରାଜସ୍ୱ ବିଭାଗ କର୍ମଚାରୀ ଓ ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ଅଧିକ ତଦନ୍ତ ପାଇଁ ଜିଲ୍ଲା ପ୍ରାଣୀଧନ ବିଭାଗକୁ ଖବର ଦିଆଯାଇଥିବା ଜଣାଯାଇଛି।






More Stories
ଗୁଜବ ସୃଷ୍ଟିକାରୀଙ୍କ ଉପରେ ହେବ ଆକ୍ସନ୍…..
ବଦଳିବ ନନ୍ଦନକାନନର ସମୟ ନିର୍ଘଣ୍ଟ…..
କାଳବୈଶାଖୀ କୁ ନେଇ ସତର୍କ ସୂଚନା ଜାରି…..