ରିପୋର୍ଟ କାର୍ଡ / ଭୁବନେଶ୍ୱର
ଭୁବନେଶ୍ୱର କଳିଙ୍ଗ ନଗର ସ୍ଥିତ ଡି.ଏ.ଭି ସ୍କୁଲଠାରେ ଡି.ଏ.ଭି ଜାତୀୟ କ୍ରୀଡ଼ା ଜୋନାଲ୍ ବାଳିକା ଖୋଖୋ ଟୁର୍ଣ୍ଣାମେଣ୍ଟ ଏବଂ ବାଳକ ଟେବୁଲ ଟେନିସ୍ ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି ଖୋଖୋ ଟୁର୍ଣ୍ଣାମେଣ୍ଟରେ ଡି.ଏ.ଭି ପବ୍ଲିକ୍ ସ୍କୁଲ ଏନ୍. ଟି. ପି. ସି . କଣିହାଁ ଦଳ ଚିତ୍ତାକର୍ଷକ ଓ ସଂଘର୍ଷପୂର୍ଣ୍ଣ ଖେଳ ପ୍ରଦର୍ଶନ କରି ଫାଇନାଲରେ ଡି.ଏ.ଭି ପୋଖରିପୁଟକୁ ୭ ପଏଣ୍ଟ ବ୍ୟବଧାନରେ ପରାସ୍ତ କରି ଚାମ୍ପିଆନ୍ ଆଖ୍ୟା ଅର୍ଜନ କରିଅଛି । ସେହିପରି ଟେବୁଲ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ଡି.ଏ.ଭି ପବ୍ଲିକ୍ ସ୍କୁଲ ଚନ୍ଦ୍ରଶେଖରପୁର ଫାଇନାଲରେ ଡି.ଏ.ଭି ସି.ଡି.ଏ, କଟକକୁ ୩-୨ ସେଟ୍ରେ ପରାସ୍ତ କରି ଚାମ୍ପିଆନ୍ ଆଖ୍ୟା ଅର୍ଜନ କରିଅଛି । ଏହି ଅବସରରେ ଆୟୋଜିତ ଉଦ୍ଯାପନୀ ଉତ୍ସବରେ କଟକ ସ୍ଥିତ ଏଲ ଆର ଡି.ଏ.ଭି ସ୍କୁଲର ଅଧ୍ୟକ୍ଷ ନିରଞ୍ଜନ ସ୍ୱାଇଁ, ଆୟୋଜକ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ୍ କୁମାର ସାହୁ, ବରିଷ୍ଠ ପର୍ଯ୍ୟବେକ୍ଷିକା ଦିପାଞ୍ଜଳୀ ସାହୁ ଯୋଗଦେଇ ବିଜୟୀ ଓ ରନର୍ସଅପ୍ ଦଳକୁ ପୁରସ୍କାର ବିତରଣ ପୂର୍ବକ ଉତ୍ସାହିତ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟଟି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମକର୍ତ୍ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୁଚାରୁରୂପେ ସଂପାଦିତ ହୋଇଥିଲା ।






More Stories
ଭଡ଼ାଘର ଦେବେ ସରକାର…..
୧୯ରୁ ମାଟ୍ରିକ ପରୀକ୍ଷା……
ଆସିଲା ସୁଭଦ୍ରା ଟଙ୍କା…..