ରିପୋର୍ଟ କାର୍ଡ / କଟକ
ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନଭେମ୍ବର ୨୩ରୁ ୩୦ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍, ସଂସ୍କୃତ ଟୋଲ୍ଓ ରାଜ୍ୟ ଓପନ୍ ସ୍କୁଲ ର ପ୍ରଥମ ସମ୍ମେଟିଭ୍ ଆସେସ୍ମେଣ୍ଟ ପରୀକ୍ଷା ଅନୁଷ୍ଠିତ ହେବ। ଏଥିରେ ଛାତ୍ରଛାତ୍ରୀ ଅନ୍ୟ ସ୍କୁଲ୍ରେ ପରୀକ୍ଷା ଦେବେ। ପରୀକ୍ଷା ସକାଳ ୧୦ ଟାରୁ ଆରମ୍ଭ ହୋଇ ୧୨ଟା ପର୍ଯ୍ୟନ୍ତ ଚାଲିବ। କେବଳ ଗଣିତ ବିଷୟରେ ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ ୧୫ମିନିଟ୍ ସମୟ ମିଳିବ। ପ୍ରତି ବିଷୟରେ ୮୦ ନମ୍ବର (୫୦ ନମ୍ବର ଅବ୍ଜେକ୍ଟିଭ୍ ଓ ୩୦ ନମ୍ବର ସବ୍ଜେକ୍ଟିଭ୍) ପରୀକ୍ଷା କରାଯିବ। ସମସ୍ତ ବିଷୟରେ ରେଗୁଲାର, ଏକ୍ସରେଗୁଲାର ପାଇଁ ପ୍ରଶ୍ନପତ୍ର ସମାନ ରହିବ। ଭୋକେସନାଲ୍ ଟ୍ରେଡ୍ର ପ୍ରାକ୍ଟିକାଲ ପରୀକ୍ଷା ନିଜ ସ୍କୁଲ୍ରେ ଓ ବୋର୍ଡ ଦ୍ବାରା ନିଯୁକ୍ତ ଏକ୍ସଟ୍ରନାଲ୍ ପରୀକ୍ଷକଙ୍କ ଦ୍ବାରା ନଭେମ୍ବର ୧୧ରୁ ୧୮ତାରିଖ ମଧ୍ୟରେ କରାଯିବ ବୋଲି ବୋର୍ଡ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ଉପସଭାପତି ଡକ୍ଟର ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ଉପସଭାପତି ଡକ୍ଟର ମହାନ୍ତିଙ୍କ ସୂଚନା ଅନୁସାରେ, ମାଟ୍ରିକ୍ ପରୀକ୍ଷା ପାଇଁ ୫ଲକ୍ଷ ୩୨ହଜାର ୭୧୨ଛାତ୍ରଛାତ୍ରୀ ଫର୍ମପୂରଣ କରିଥିବା ବେଳେ ଏହି ପରୀକ୍ଷା ରାଜ୍ୟର ୩୦୨୯ଟି କେନ୍ଦ୍ରରେ ଅନୁଷ୍ଠିତ ହେବ। ପ୍ରଶ୍ନପତ୍ର ସାଇତି ରଖିବା ପାଇଁ ୩୧୬ଟି ନୋଡାଲ ସେଣ୍ଟର ଚୟନ ହୋଇଛି। ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଆଡ୍ମିଟ୍ କାର୍ଡ ଆଜିଠାରୁ ବୋର୍ଡ ୱେବ୍ସାଇଟ୍ www.bseodisha.ac.in ରେ ଉପଲବ୍ଧ ହେଉଛି ବୋଲି ଉପସଭାପତି ଡକ୍ଟର ମହାନ୍ତି କହିଛନ୍ତି।






More Stories
୨୦୧ କନ୍ୟାଦାନକଲେ ମୁଖ୍ୟମନ୍ତ୍ରୀ, ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇ କହିଲେ…..
ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି…..
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..