ରିପୋର୍ଟ କାର୍ଡ / ମୟୂରଭଞ୍ଜ
ଓଡିଆ ସିନେ ଜଗତର ବିଶିଷ୍ଟ ଗୀତିକାର ନିମାଇଁ ମହାନ୍ତି ଙ୍କର ପରଲୋକ ଘଟିଛି । “ଚନ୍ଦ୍ରମା ଆଗୋ ଚନ୍ଦ୍ରମା-ତୁମେ ମେଘ ତଳେ ଲୁଚି ଯାଅନା…”ଗୀତାର ଗୀତିକାର | ଗତକାଲି ବାରିପଦା ପୁରୁଣା ହାଟସାହିସ୍ଥିତ ନିଜ ବାସଭବନରେ ସେବିଦାୟ ନେଇଛନ୍ତି । କିଛି ଦିନରୁ ଅସୁସ୍ଥତା ସହ ଲଢେଇ କରୁ କରୁ ଶେଷରେ ୬୯ ବର୍ଷ ବୟସରେ ଆକି ବୁଜିଛନ୍ତି । ତାଙ୍କ ମୃତ୍ୟୁରେ ଓଡିଆ ସିନେମା ସହିତ ବିଭିନ୍ନ ମହଲରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ସେ ଏକ ସାଙ୍ଗରେ ଜଣେ ଲବ୍ଧପ୍ରତିଷ୍ଠିତ ସାହିତ୍ୟିକ ଏବଂ ଆଇନଜୀବୀ ମଧ୍ୟ ଥିଲେ । ତାଙ୍କ ହାତରେ ଲେଖାଯାଇଥିବା ଅନେକ ଗୀତରେ ଓଡିଶା ସଂଗୀତ ଜଗତର ବହୁ ପ୍ରସିଦ୍ଧ ଗାୟକ ନିଜ କଣ୍ଠସ୍ୱର ଦେଇଛନ୍ତି । ଏଥିରେ କିମ୍ବଦନ୍ତୀ ଅକ୍ଷୟ ମହାନ୍ତି, ରାଧାକୃଷ୍ଣ ଭଞ୍ଜ, ବାପ୍ପି ଲହରୀଙ୍କ ସହ ଶାନ୍ତନୁ ମହାପାତ୍ରଙ୍କ ସହ ରଘୁନାଥ ପାଣିଗ୍ରାହୀ ପ୍ରମୁଖଙ୍କ ନାଁ ମଧ୍ୟ ସାମିଲ ରହିଛି । ଆଜି ପର୍ଯ୍ୟନ୍ତ ସେ ପ୍ରାୟ ୩୦୦ରୁ ଅଧିକ ଗୀତ ରଚନା କରିଥିବା ବେଳେ ୩୦ଟି ଚଳଚ୍ଚିତ୍ରରୁ ଅଧିକ ସିନେମାକୁ ନିଜ ଗୀତରେ ସଜାଇଥିଲେ । ପରଦେଶୀ ଚଢେଇ, ସାଗର ଗଙ୍ଗା, ମୋ କାହ୍ନୁରେ, ଅକୁହା କଥା, ଗୋପରେ ବଢୁଛି କଳା କହ୍ନେଇ ଏବଂ ସମୟ ଖେଳୁଛି ଚକା ଭଉଁରୀ ଆଦି ଚଳଚ୍ଚିତ୍ରରେ ତାଙ୍କ ଗୀତ ବେଶ ଲୋକପ୍ରିୟ ହୋଇପାରିଥିଲା ।






More Stories
୨୦୧ କନ୍ୟାଦାନକଲେ ମୁଖ୍ୟମନ୍ତ୍ରୀ, ନବଦମ୍ପତିଙ୍କୁ ଆଶୀର୍ବାଦ ଦେଇ କହିଲେ…..
ମା’ ବିରଜାଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି…..
ଶୁଭାରମ୍ଭ ହେବ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା…..